ବିହାର ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ର

ପାଟନା : ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଅକ୍ଟୋବର ୨୮ ତାରିଖରେ ହେବ। ଏହି ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ଜୋରସୋର ପ୍ରସ୍ତୁତିରେ ଲାଗିପଡିଛନ୍ତି । ନିର୍ବାଚନ ପ୍ରଚାର ସହ ଘୋଷଣା ପତ୍ର ମଧ୍ୟ ଜାରି କରାଯାଉଛି । ଏନେଇ ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ ଦଳର ଘୋଷଣା ପତ୍ର ଜାରି କରିଛନ୍ତି। ବିଜେପି ଏହାକୁ ସଂକଳ୍ପ ପତ୍ର (BJP Manifesto) ନାଁ ଦେଇଛି।

ସୀତାରମଣ ବିଜେପି ସଂକଳ୍ପ ପତ୍ର ଜରିଆରେ ବିହାର ଜନତାଙ୍କୁ ପ୍ରତିଶୃତି ଦେଇଛନ୍ତି। ଏହି ଘୋଷଣାପତ୍ରରେ ୫ ବର୍ଷରେ ୫ ଲକ୍ଷ ରୋଜଗାର ଦେବାକୁ ଘୋଷଣା କରାଯାଇଛି। ଏହାସହ ଚାଷୀଙ୍କ ଆୟ ଦୁଇଗୁଣ କରିବା କଥା ମଧ୍ୟ କୁହାଯାଇଛି। ବିଜେପି ବିହାରରେ ଏକ କୋଟି ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ମଧ୍ୟ ସଂକଳ୍ପ କରିଛି। ବିଜେପି ଜାରି କରିଥିବା ଏହି ଘୋଷଣା ପତ୍ର ସହ ଏଜ ଭିଡିଓ ମଧ୍ୟ ରିଲିଜ କରିଛି।

ବିଜେପି ରାଜ୍ୟ ଅଧ୍ୟକ୍ଷ ସଞ୍ଜୟ ଜୟସୱାଲ ଦଳର ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତି ସମ୍ପର୍କରେ ସବିଶେଷ ବିବରଣୀ ଦେଇଛନ୍ତି। ସଂକଳ୍ପ ପତ୍ରରେ ୩ ଲକ୍ଷ ଶିକ୍ଷକଙ୍କ ନିଯୁକ୍ତି, ହିନ୍ଦୀ ଭାଷାରେ ଟେକ୍ନିକାଲ ଶିକ୍ଷା, ୧ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ଚାକିରୀ, ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର, ଆଇଟି ସେକ୍ଟରରେ ୫ ଲକ୍ଷ ଲୋକଙ୍କୁ ଚାକିରୀ ଦେବାକୁ ଦଳ ପ୍ରତିଶୃତି ଦେଇଛି।