ଜି୨୦ ଶିଖର ସମ୍ମିଳନୀର ଅବସରରେ ବ୍ରିକ୍ସ ନେତାଙ୍କ ଅନୌପଚାରିକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ପ୍ରଥମେ, ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଏବଂ ଅନିଶ୍ଚିତତା……
ମାନ୍ୟବର,
ସର୍ବପ୍ରଥମେ, ମୁଁ ବ୍ରାଜିଲର ରାଷ୍ଟ୍ରପତି ଭାବରେ ର୍ନିବାଚିତ ହୋଇଥିବାରୁ ରାଷ୍ଟ୍ରପତି ବୋଲସନାରୋଙ୍କୁ ଅଭିନନ୍ଦନ ଜଣାଉଛି । ଏବଂ ମୁଁ ତାଙ୍କୁ ବ୍ରିକ୍ସ ପରିବାରରେ ସ୍ୱାଗତ କରୁଛି । ଏହି ବୈଠକ ଆୟୋଜନ କରିଥିବାରୁ ମୁଁ ରାଷ୍ଟ୍ରପତି ବୋଲସନାରୋଙ୍କୁ ମୋର ହୃଦୟରୁ ଧନ୍ୟବାଦ ଜଣାଉଛି । ଏହି ଅବସରରେ ମୁଁ ଆମର ବନ୍ଧୁ ରାମାଫୋସାଙ୍କୁ ପୁଣିଥରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବରେ ର୍ନିବାଚିତ ହୋଇଥିବାରୁ ଅଭିନନ୍ଦନ ଜଣାଉଛି ।
ମାନ୍ୟବର,
ଏହି ପ୍ରକାର ଅନୌପଚାରିକ ଆଲୋଚନା ସହିତ ଆମେ ଜି -୨୦ ର ମୁଖ୍ୟ ବିଷୟଗୁଡ଼ିକ ଉପରେ ପରସ୍ପର ସହ ସମନ୍ୱୟ କରିବାର ସୁଯୋଗ ପାଇଥାଉ । ଆଜି ମୁଁ ତିନୋଟି ପ୍ରମୁଖ ଆହ୍ୱାନ ଉପରେ ମତ ରଖିବି । ପ୍ରଥମେ, ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଏବଂ ଅନିଶ୍ଚିତତା । ଏକପାଖିଆ ନିଷ୍ପତ୍ତି ଏବଂ ପ୍ରତିଦ୍ୱନ୍ଦ୍ୱିତା ନିୟମ ଆଧାରିତ ବହୁପକ୍ଷୀୟ ଆନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥା ଉପରେ ପ୍ରାଧାନ୍ୟ ବିସ୍ତାର କରୁଛି । ଅନ୍ୟପକ୍ଷରେ, ସମ୍ବଳର ଅଭାବ ପ୍ରତିଫଳିତ ହୋଇଛି ଯେ ଉଦୀୟମାନ ବଜାର ଅର୍ଥନୀତିର ଭିତ୍ତିଭୂମି ବିକାଶରେ ବିନିଯୋଗ ପାଇଁ ଆନୁମାନିକ ୧.୩ ଟ୍ରିଲିୟନ ଡଲାରର ଅଭାବ ରହିଛି ।
ଦ୍ୱିତୀୟ ପ୍ରମୁଖ ଆହ୍ୱାନ ହେଉଛି ବିକାଶ ଏବଂ ପ୍ରଗତିକୁ ଅନ୍ତର୍ଭୂକ୍ତ ଏବଂ ସ୍ଥାୟୀ କରିବା । ଡିଜିଟାଇଜେସନ୍ ଏବଂ ଜଳବାୟୁ ପରିବର୍ତ୍ତନ ପରି ଦ୍ରୁତ ପରିବର୍ତ୍ତନଶୀଳ ଜ୍ଞାନକୌଶଳ କେବଳ ଆମ ପାଇଁ ନୁହେଁ, ଭବିଷ୍ୟତ ପୀଢି ପାଇଁ ମଧ୍ୟ । ବିକାଶ ହେଉଛି ପ୍ରକୃତ ବିକାଶ ଯେତେବେଳେ ଅସମାନତାକୁ ହ୍ରାସ କରେ ଏବଂ ସଶକ୍ତିକରଣରେ ସହାୟକ ହୁଏ । ସମସ୍ତ ମାନବ ଜାତି ପାଇଁ ଆତଙ୍କ ସବୁଠାରୁ ବଡ ବିପଦ । ଏହା କେବଳ ନିରୀହ ଲୋକଙ୍କ ଜୀବନ ନେଇ ନଥାଏ, ବରଂ ଆର୍ଥିକ ପ୍ରଗତି ଏବଂ ସାମାଜିକ ସ୍ଥିରତା ଉପରେ ଏହାର ବହୁତ ପ୍ରତିକୂଳ ପ୍ରଭାବ ପଡିଥାଏ । ଆତଙ୍କବାଦ ଏବଂ ଜାତିଗତ ବିଦ୍ୱେଷ ପାଇଁ ଉପଲବ୍ଧ ସମସ୍ତ ସହାୟତା ଏବଂ ସାହାଯ୍ୟକୁ ଆମକୁ ବନ୍ଦ କରିବାକୁ ପଡିବ ।
ମାନ୍ୟବର,
ଯଦିଓ ଏହି ସମସ୍ୟାର ସମାଧାନ ସହଜ ନୁହେଁ, ତଥାପି ମୁଁ ସୀମିତ ସମୟ ମଧ୍ୟରେ ୫ ଟି ପ୍ରମୁଖ ସୁପାରିଶ କରିବାକୁ ଚାହୁଁଛି:
୧) – ବ୍ରିକ୍ସ ଦେଶଗୁଡିକ ମଧ୍ୟରେ ସମନ୍ୱୟ, କିଛି ପରିମାଣରେ, ଏକପାଖିଆ ନିଷ୍ପତ୍ତିର ପାଶ୍ୱର୍ ପ୍ରତିକ୍ରିୟାର ସମାଧାନକୁ ନେଇପାରେ । ଆବଶ୍ୟକ ସଂସ୍କାର ପାଇଁ ଆନ୍ତର୍ଜାତୀୟ ଆର୍ଥିକ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସଂସ୍ଥାଗୁଡ଼ିକରେ ବହୁପକ୍ଷୀୟ ସଂସ୍କାର ଉପରେ ଆମକୁ ଗୁରୁତ୍ୱ ଦେବାକୁ ପଡିବ ।
୨) – ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ତୈଳ ଏବଂ ଗ୍ୟାସ୍ ଭଳି ଆବଶ୍ୟକ ସମ୍ବଳ କମ୍ ମୂଲ୍ୟରେ କ୍ରମାଗତ ଭାବରେ ଉପଲବ୍ଧ ହେବା ଆବଶ୍ୟକ ।
୩) – ଶାରୀରିକ ଏବଂ ସାମାଜିକ ଭିତ୍ତିଭୂମି ଏବଂ ସଦସ୍ୟ ଦେଶଗୁଡିକର ଅକ୍ଷୟ ଶକ୍ତି କାର୍ଯ୍ୟକ୍ରମଗୁଡିକ ନୂତନ ବିକାଶ ବ୍ୟାଙ୍କ ଦ୍ୱାରା ଅଧିକ ପ୍ରାଥମିକତା ପାଇବା ଉଚିତ୍ । ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମିଳିତ ମଞ୍ଚଞ୍ଚ ଲାଗି ଭାରତର ପଦକ୍ଷେପ ସର୍ବନିମ୍ନ ବିକଶିତ ତଥା ବିକାଶଶୀଳ ଦେଶମାନଙ୍କ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଉପଯୁକ୍ତ ଭିତ୍ତିଭୂମି ବିକାଶରେ ସହାୟକ ହେବ । ମୁଁ ତୁମ ସମସ୍ତଙ୍କୁ ଏହି ମିଳିତ ମଞ୍ଚରେ ଯୋଗଦେବାକୁ ଅନୁରୋଧ କରୁଛି ।
୪) – ସମଗ୍ର ବିଶ୍ୱରେ କୁଶଳୀ ଶ୍ରମିକମାନଙ୍କର ଗତିବିଧି ସହଜ ହେବା ଉଚିତ୍ । ଏହା ମଧ୍ୟ ସେହି ଦେଶଗୁଡିକ ପାଇଁ ଲାଭଦାୟକ ହେବ ଯେଉଁଠାରେ ଜନସଂଖ୍ୟାର ଏକ ବଡ଼ ଅଂଶ କାର୍ଯ୍ୟ ବୟସସୀମା ଅତିକ୍ରମ କରିଛି ।
୫) -ନିକଟରେ ମୁଁ ଆତଙ୍କବାଦ ଉପରେ ଏକ ଆର୍ନ୍ତଜାତୀୟ ସମ୍ମିଳନୀ ଆହ୍ୱାନ କରିଛି । ଆତଙ୍କବାଦ ବିରୋଧରେ ଳଢିବା ପାଇଁ ଅ ।ବଶ୍ୟକ ସମ୍ମତିର ଅଭାବ ଆମକୁ ଅବହେଳିତ କରି ରଖିପାରିବ ନାହିଁ । ଆତଙ୍କବାଦ ବିରୋଧରେ ଲଢେଇରେ ମୁଖ୍ୟ ପ୍ରାଥମିକତା ପାଇଁ ବ୍ରାଜିଲକୁ ମୁଁ ପ୍ରଶଂସା କରୁଛି ।
ମାନ୍ୟବର,
ମୁଁ ବ୍ରାସିଲିଆରେ ବ୍ରିକ୍ସ ସମ୍ମିଳନୀକୁ ଉତ୍ସାହର ସହିତ ଅପେକ୍ଷା କରିଛି । ଏହି ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଭାରତ ସମ୍ପୂର୍ଣ୍ଣ ସହଯୋଗ କରିବ ।