ଦୁଇ ବର୍ଷ ପରେ ମଣ୍ଡପରେ ପୂଜା ପାଉଛନ୍ତି ମା’ କାଳୀ

ଚଣ୍ଡିଖୋଲ  : ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ । ମାଙ୍କ ଆଗମନରେ ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ । ଯାଜପୁର ଜିଲ୍ଲା ଧର୍ମଶାଳୀ ବ୍ଲକର ଚଉଷଠିପଡ଼ାରେ ମା କାଳୀଙ୍କ ପୂଜା ଅନୁଷ୍ଠିତ ହେଉଛି ।

ଦୀର୍ଘ ୭୯ ବର୍ଷ ଧରି ଏହି ସ୍ଥାନରେ ମା କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି । କୋଭିଡ଼ କଟକଣାରେ ପୂଜା ଫିକା ପଡିଥିବା ବେଳେ ଚଳିତ ବର୍ଷ ବେଶ୍‌ ଯାକଯକମରେ ମା କାଳୀଙ୍କ ପୂଜା ଅନୁଷ୍ଠିତ ହେଉଛି ।ପ୍ରଥମ ଦିନରେ ମାଙ୍କ ପାଖରେ ଚଣ୍ଡିପାଠ ସହ ବଳିଦାନ ପୂଜା ଅନୁଷ୍ଠିତ ହୋଇଥିଲା ।  ପ୍ରତ୍ୟେକ ଦିନ ମାଙ୍କ ପାଖରେ ସକାଳ ଦୀପ ଓ ରାତିରେ ଆଳତୀ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ବହୁ ସଂଖ୍ୟାରେ ଭକ୍ତମାନ ପହଞ୍ଚି ମାଙ୍କୁ ଦର୍ଶନ କରୁଛନ୍ତି । ଚଉଷଠିପଡ଼ା ମାଙ୍କ ପୂଜା ହୋଇଆସୁଥିବାରୁ ଗାଁରେ ବେଶ୍‌ ଉନ୍ନତି ହେଉଛି ।