ଏହି ଦୀପକୁ ପ୍ରାକୃତିକ ସୁଗନ୍ଧିତ ଜଡ଼ିବୁଟି ତଥା ଦେଶୀ ଗାଈର ଗୋବର ଓ ଗୋଘୃତ ଦ୍ୱାରା ତିଆରି କରାଯାଇଛି। ଏହି ଦୀପକୁ ପ୍ରଜ୍ବଳିତ କରିବା ଦ୍ୱାରା ଏହା ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥାଏ ଏବଂ ସକାରାତ୍ମକ ଉର୍ଜା ତଥା ପ୍ରାକୃତିକ ସୁଗନ୍ଧର ନିର୍ମାଣ ହୋଇଥାଏ। ଏହି ଦୀପ ବାତାବରଣରେ ବ୍ୟାପ୍ତ ହାନିକାରକ ବିକିରଣ ତଥା କୀଟାଣୁକୁ ନଷ୍ଟ କରିବାର ଅଦ୍ଭୁତ କ୍ଷମତା ରଖିଛି ତଥା ଏହାର ଅନ୍ୟ ଅନେକ ଲାଭ ମଧ୍ୟ ରହିଛି, ଯେପରିକି-
୧. ଏହା ଜଳିବା ଦ୍ୱାରା ପ୍ରଚୁର ଶୁଦ୍ଧ ପ୍ରାଣବାୟୁ ଉତ୍ପନ୍ନ ହୋଇଥାଏ।
୨. ଏହାର ନିତ୍ୟ ପ୍ରୟୋଗରେ ଘରର ବାତାବରଣ ସାତ୍ତ୍ଵିକ ହୋଇଥାଏ।
୩. ବାତାବରଣକୁ ଶୁଦ୍ଧ, ସୁଗନ୍ଧିତ କରି ନକରାତ୍ମକ ଉର୍ଜାକୁ ନଷ୍ଟ କରିଥାଏ।
୪. ଘରର ବାସ୍ତୁଦୋଷକୁ ଦୂର କରିଥାଏ।
୫. ଏହାକୁ ଜଳାଇବା ଯଜ୍ଞ କରିଵା ସହିତ ସମାନ।
ଏହି ଗୋମୟ ନିର୍ମିତ ସୁଗନ୍ଧିତ ଦୀପର ପ୍ରୟୋଗ ତଥା ଜାଣତ ବା ଅଜାଣତରେ ଏହାର ପ୍ରଚାର ଦ୍ୱାରା ଆମେ ଗୋରକ୍ଷାରେ ଆମର ଅମୁଲ୍ୟ ଯୋଗଦାନ ପ୍ରଦାନ କରିଥାଉ।