ଜିଲ୍ଲା ସ୍ତରୀୟ ୭୧ ତମ ଗୋ_ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଏହି ଅବସରରେ ବିଭିନ୍ନ ବିଭାଗ ତରଫରୁ ପ୍ରଦର୍ଶନୀ କରାଯାଇଥିଲା….
ବୌଦ୍ଧ : ବୌଦ୍ଧ ସଦର ବ୍ଲକ ଖୁଣ୍ଟବନ୍ଧ ହାଟପଦା ଠାରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ, ବୌଦ୍ଧ ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ୭୧ ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯଇଛି l ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଦା. ପ୍ରଦୀପ୍ତ କୁମାର ରଥଙ୍କ ଅଧକ୍ଷତ୍ତାରେ ଓ ଏଡିଭିଓ ଡା. ନିରଦ ଚନ୍ଦ୍ର କହଁର ଙ୍କ ସଂଯୋଜନl ରେ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଓ ସାଧାରଣ ସଭା ଆୟୋଜନ ହୋଇଥିଲା l
ଏଥିରେ ମୁଖ୍ୟ ଅତିଥି ଭାବେ ଏପିକଲ୍ ଚେୟାରମେନ ପ୍ରଭାତ ଆଦିତ୍ୟ ମିଶ୍ର, ସ୍ଵତନ୍ତ୍ର ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷl ପ୍ରଭାସିନୀ ଦାସ, ସମ୍ମାନୀତ ଅତିଥି ଭାବେ କେଭିକେ ମୂଖ୍ୟ ସଂଯୋଜକ ଡ଼ା ତପନ କୁମାର ଦାସ,ବୌଦ୍ଧ ବ୍ଲକ ଅଧକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବୌଦ୍ଧ ଏନ୍ ଏ ସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ ଖୁଣ୍ଟବନ୍ଧ ସରପଞ୍ଚ ଟୁନୀ ମହାନନ୍ଦିଆ, ସମିତିସଭ୍ୟା ଐଶର୍ୟା ମିଶ୍ର ଯୋଗଦେଇ ଗୋ ଓ ମତ୍ସ୍ୟ ଚାଷୀ ମାନଙ୍କ ସରକାରୀ ସୁବିଧା କେମିତି ପାଇବେ ତା ଉପରେ ଉପସ୍ଥିତ ଅଧିକାରୀ ଓ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ସରକାରୀ ଅନୁଦାନ ଅର୍ଥ ଅପିକଲ ଖର୍ଚ୍ଚ କରି ନ ପାରି ଥିବାରୁ କ୍ଷଭୋ ପ୍ରକାଶ କରିଥିଲେ l
ଉପସ୍ଥିତ ଚାଷୀ ଭାଇ ଭଉଣୀ ମାନେ ବିଭିନ୍ନ ଚାଷ କରି ସରକାରୀ ପ୍ରୋତ୍ସାହନ ପାଇ ପାରିବେ ସେ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ବିଭିନ୍ନ ବିଭାଗ ତରଫରୁ ପ୍ରଦର୍ଶନୀ କରାଯାଇଥିଲା l କୃଷି ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ସାମାଜିକ ଅନୁଷ୍ଠାନ ୱା ସି ଡ଼ି ଏ ବାଉଁଶୁଣି, ପ୍ରାଣୀ କଲ୍ୟାଣ ମଞ୍ଚ, ବୌଦ୍ଧ,ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଦନ୍ତା ପାଳି ଦ୍ୱାରା ବିଭିନ୍ନ ସାମଗ୍ରୀ ପ୍ରଦର୍ଶନୀ କରାଯାଇଥିଲା l ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ତିନି ବ୍ଲକର ବି ଭି ଓ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ଶେଷରେ ଭି ଏସ ଡ଼ା. ପ୍ରିୟବ୍ରତ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ l ଗୋଶୁରକ୍ଷା ଉପରେ ମର୍ଜାକୁଦ ଦଣ୍ଡ ନୃତ୍ୟ ଦଳ ପରିବେଷଣ କରିଥିଲେ l