ପାଟଣା ବ୍ଲକ ରେ ଆଶା ଦିଦିଙ୍କ ସଂଗଠିତ ବୈଠକ ଅନୁଷ୍ଠିତ

ଶେଷରେ ଜିଲ୍ଲା ସଭାନେତ୍ରୀ ଧନ୍ୟବାଦ୍ ଦେଇ ସଭା କାର୍ଯ୍ୟ ଶେଷ କରିଥିଲେ….

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ରେ ଓଡ଼ିଶା ରାଜ୍ୟ ଆଶା କର୍ମଚାରୀ ସଂଘ ,ପାଟଣା ବ୍ଲକ ର ଆଶା କର୍ମୀ ମାନଙ୍କ ମଧ୍ୟରେ ସଂଗଠିତ ହେବାକୁ ସ୍ଥିର କରି ବୈଠକ ଅନୁଷ୍ଠିତ ହୋଇ ଥିବା ଦେଖିବାକୁ ମିଳିଛି ।ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ହେଉ ଥିବା ଓଡ଼ିଶା ରାଜ୍ୟ ଆଶା କର୍ମଚାରୀ ସଂଘ ରେ ଯୋଡ଼ିତ ହୋଇ ଥିବା ଆଶା ଦିଦି ମାନେ ସମସ୍ତେ ମିଶି ଆଜି ଠାରୁ ଆମେ ସରକାରଙ୍କୁ ଦାବି ପତ୍ର ଜଣାଇବା । ଆମକୁ ସରକାର ଅଣଦେଖା କରୁଛନ୍ତି ।

ଆମେ ତ ଗର୍ଭ ବତି ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସେବା କାର୍ଯ୍ୟ କରିଲୁ , ମହାମାରୀ କରନା ସମୟରେ ରାତି ଦିନ ଏକ କରି ସେବା କରିଲୁ ,ସରକାର ଯେତେବେଳେ ଯାହା ଯୋଜନା ଦେଲେ ଆମେ କାର୍ଯ୍ୟ କାରୀ କରିଲୁ ତଥାପି ଆଜି ଆମକୁ ସରକାର ଅଣ ଦେଖା କରୁଛନ୍ତି ଏଥି ପାଇଁ ଆମେ ସମସ୍ତେ ମିଳିତ ଭାବେ ସରକାର କୁ ଜଣାଇବା ବୋଲି ବୈଠକ ରେ ସ୍ଥିର କରିଛନ୍ତି।

ବୈଠକ ରେ ଭାରତୀୟ ମଜଦୂର ସଂଘ କେନ୍ଦୁଝର ଜିଲ୍ଲାର ସଭାପତି ମାନନୀୟ କାମପାଳ ନାୟକ ,କାର୍ଯ୍ୟକାରୀ ସମ୍ପାଦକ ମାନନୀୟ ଦୁଲାଲ ସୁରେନ୍ , ଜିଲ୍ଲା ସମ୍ପାଦକ ମାନନୀୟ ବାବୁଲାଲ ମହାନ୍ତ, ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ରାଜ୍ୟ ସମ୍ପାଦିକା ଧରିତ୍ରୀ ବାରିକ, ଜିଲ୍ଲା ସମ୍ପାଦିକା ବିଶାଖା ମହାନ୍ତ ,ଜିଲ୍ଲା ସଭାନେତ୍ରୀ ପ୍ରମିଳା ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ସଭାନେତ୍ରୀ ଧନ୍ୟବାଦ୍ ଦେଇ ସଭା କାର୍ଯ୍ୟ ଶେଷ କରିଥିଲେ ।