ପାକ୍ କ୍ରିକେଟିୟରଙ୍କୁ ବିବାହ କରି ବିରାଟ ଭୁଲ କଲି: ସାନିଆ
ମଡେଲଙ୍କ ପ୍ରେମରେ ମତୁଆଲା ହୋଇ ସାନିଆଙ୍କୁ ଛାଡ଼ିଦେଲେ…..
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟିୟର ସୋଏବଙ୍କୁ ଜୀବନସାଥୀ ରୂପେ ବାଛି ବିରାଟ ଭୁଲ କଲି କହି ସାନିଆ ମିର୍ଜା ଏବେ ପସ୍ତାଉଛନ୍ତି । ଇଣ୍ଡିଆନ୍ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକ୍ କ୍ରିକେଟିୟର ସୋଏବ ମଲିକଙ୍କ ବୈବାହିକ ଜୀବନର ଅନ୍ତ ଘଟିଛି । ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିବା ଜଣାଇଛନ୍ତି ସୋଏବଙ୍କ ଘନିଷ୍ଠ ବାନ୍ଧବୀ । ସାନିଆ ଓ ସୋଏବଙ୍କ ବିଚ୍ଛେଦର କାରଣ ମଡେ଼ଲ ଆୟଶା କମର ।
ଅଧିକାଂଶ ଲୋକ ଉଭୟଙ୍କ ଛାଡ଼ପତ୍ରକୁ ଗୁଜବ କହୁଥିଲେ ମଧ୍ୟ ଏବେ ସାନିଆ ଦୁବାଇରେ ରହୁଥିଲା ବେଳେ ସୋଏବ ପାକିସ୍ତାନରେ ରହୁଛନ୍ତି । ଇତିମଧ୍ୟରେ ସୋଏବଙ୍କର ଏକ ସାକ୍ଷାତକାରର ଭିଡିଓ ଭାଇରାଲ୍ ହୋଇଛି ଯେଉଁଥିରେ ଖୋଦ୍ ସୋଏବ ଆୟଶାଙ୍କ ସହିତ ସଂପର୍କ ରଖିଥିବା ସ୍ୱୀକାର କରିଛନ୍ତି । ସୋଏବ କହିଛନ୍ତି ଯେ ଫଟୋସୁଟ୍ ସମୟରେ ଆୟଶା ତାଙ୍କୁ ବହୁତ ସହଯୋଗ କରିଛନ୍ତି । କଥା କ’ଣ କି, ୨୦୨୧ରେ ସୋଏବ ଆୟଶାଙ୍କ ସହିତ କିଛି ଅନ୍ତରଙ୍ଗ ଦୃଶ୍ୟ ଫୋଟୋସୁଟ୍ କରିଛନ୍ତି ।
ଏଠାରେ ଜଣାଇ ଦିଆଯାଉଛି, ୨୦୧୦ ଏପ୍ରିଲ ୧୨ ତାରିଖରେ ହାଇଦ୍ରାବାଦରେ ସାନିଆ ଓ ସୋଏବଙ୍କର ବିବାହ ହୋଇଥିଲା । ୧୫ ଏପ୍ରିଲରେ ଲାହୋରରେ ଭୋଜିଭାତ ଆୟୋଜନ କରାଯାଇଥିଲା । ୨୦୧୮ରେ ସାନିଆ ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲେ । ଟେନିସ୍ ଦୁନିଆର ଟପ୍ ପୋଜିସନ୍ରେ ଥିଲାବେଳେ ସୁନ୍ଦରୀ ସାନିଆ ହଠାତ୍ ବିବାହ କରି ପ୍ରଶଂସକଙ୍କ ମନରେ ଅସହ୍ୟ ଯନ୍ତ୍ରଣା ଭରି ଦେଇଥିଲେ । ଟେନିସ୍ ଦୁନିଆରୁ ଅପସରି ଯିବାପରେ ତାଙ୍କର ବହୁ ପ୍ରଶଂସକ ସବୁଦିନ ପାଇଁ ଟେନିସ୍ ଟୁର୍ଣ୍ଣାମେଂଟ ଦେଖିବା ଛାଡ଼ି ଦେଇଥିଲେ ।
ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଲେଖିଥିଲେ, ‘ସାନିଆ, ତମେ ଏମିତି ହଠତ୍ ଚାଲିଯିବ ବୋଲି ଆଶା କରି ନଥିଲି । ଗଲ ଯଦି ସିଧା ପାକିସ୍ତାନକୁ ଚାଲିଗଲ । ଭାରତରେ କାହାକୁ ବିବାହ କରିଥିଲେ, ମୁଁ ଏତେ ଦୁଃଖୀ ହୋଇ ନଥାନ୍ତି । ଅତିକମ୍ରେ ତମକୁ ଟେନିସ୍ କୋର୍ଟରେ ଦେଖି ମନକୁ ବୁଝାଇ ଦେଇଥାନ୍ତି । ବାସ୍ତବରେ କହିଲେ, ସାନିଆ ନା ଟେନିସ୍ ଦୁନିଆର ଅମଳିନ ପ୍ରତିଭା ହୋଇପାରିଲେ ନା ବୈବାହିକ ଜୀବନକୁ ମନଭରି ଉପଭୋଗ କରିପାରିଲେ ।