ବ୍ଲାକରୋଜ ସହ ପିଟିହେଲା ଟ୍ରଲର,୫ ମତ୍ସ୍ୟଜୀବୀ ନିଖୋଜ

ଜଗତସିଂହପୁର( ଏସ୍ ନ୍ଯୁଜ) : ବ୍ଲାକରୋଜ ସହ ପିଟି ହୋଇ ଓଲଟିଲା ଟ୍ରଲର । ଟ୍ରଲରରେ ଥିବା ୯ ଜଣରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥାବା ୪ ଜଣ ନିଖୋଜ ।

ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜ ଯୋଗୁଁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଛି ।ସକାଳୁ ପାରଦୀପ ମାଛ ଧରା ବନ୍ଦରରୁ ମା’ ମିନି ନାମକ ଏକ ମାଛ ଧରା ଟ୍ରଲର ମାଛ ଧରିବା ପାଇଁ ଯାଇଥିଲା l ଏହି ସମୟରେ ଟ୍ରଲର ଚାଳକ ଜଣକ ଦିଗ ଜାଣି ନ ପାରିବାରୁ ବ୍ଲାକରୋଜରେ ପିଟି ହୋଇଯାଇଥିଲା । ଫଳରେ ଟ୍ରଲରରେ ଥିବା ୯ ଜଣ ନିଖୋଜ ହୋଇଯାଇଥିଲେ । ନିଖୋଜ ୯ଜଣଙ୍କ ମଧ୍ୟରୁ ଏବେ ସୁଦ୍ଧା ୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଉ ୪ ଜଣ ନିଖୋଜ ଥିବାରୁ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପୂର୍ବରୁ ମଧ୍ୟ ୨୦୧୯ ନଭେମ୍ବର ମାସରେ ଏକ ମାଛଧରା ଡଙ୍ଗା ଏହି ଜାହାଜରେ ମାଡ ହୋଇ ବୁଡିଯାଇଥିଲା । ଏଥିରେ ଥିବା ୬ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା ।

୨୦୦୯ ମସିହା ୯ ସେପ୍ଟେମ୍ବରରେ ବ୍ଲାକରୋଜ ନାମକ ବିଦେଶୀ ଜାହାଜ ପାରାଦୀପ ବନ୍ଦର ନିକଟରେ ସମୁଦ୍ରରେ ବୁଡିଯାଇଥିଲା । ୨୦୦୯ ମସିହାରେ ଏହାକୁ ନେଇ ବଡ଼ ଧରଣର ତୁମ୍ଭିତୋଫାନ୍ ହୋଇଥିଲା ।ଏହାକୁ ନେଇ ରାଜନୈତିକ ସ୍ତରରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା ।