ଆଇଏଫ୍ଏଫ୍ଆଇର ୫୩ତମ ସଂସ୍କରଣରେ ଭାରତୀୟ ପାନୋରମା ବର୍ଗକୁ ଉଦ୍ଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏହାକୁ ଉଦଘାଟନ କରିଥିଲେ….
ଭୁବେନେଶ୍ଵର ପିଆଇବି : ଗୋଆରେ ଅନୁଷ୍ଠିତ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଇଣ୍ଡିଆନ୍ ପାନୋରାମା ବର୍ଗ ଆରମ୍ଭ ହୋଇଛି । ଭାରତର ବିଭିନ୍ନ ସ୍ଥାନରୁ ଏକାଠି ହୋଇଥିବା ଫିଲ୍ମ ଗୁଡିକ ବଡ ପରଦାରେ କାହାଣୀକୁ ଜୀବନ୍ତ କରିବାର ପ୍ରତିଶ୍ରୁତି ସହିତ ଇଣ୍ଡିଆନ ପାନୋରାମା ଆରମ୍ଭ ହୋଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏହାକୁ ଉଦଘାଟନ କରିଥିଲେ ।
ଏହି ଉଦ୍ଘାଟନୀ ସମାରୋହରେ ଦର୍ଶକମାନଙ୍କୁ ଚଳିତ ବର୍ଷ ପାଇଁ ଭାରତୀୟ ପାନୋରାମା ୨୦୨୨ ବର୍ଗ ଅଧୀନରେ ୨୫ଟି ଫିଚର୍ ଏବଂ ୨୦ଟି ଅଣ- ଫିଚର୍ ଫିଲ୍ମଗୁଡିକୁ ଆଇଏଫ୍ଏଫ୍ଆଇର ବିଧିବଦ୍ଧ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଛି ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ସେହି ଚଳଚ୍ଚିତ୍ର ନିର୍ମାତା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି , ଯେଉଁ ମାନଙ୍କର ଚଳଚ୍ଚିତ୍ର ଆଇଏଫ୍ଏଫ୍ଆଇରେ ପ୍ରଦର୍ଶିତ ହେଉଛି । ସମସ୍ତ ଚଳଚ୍ଚିତ୍ର ଦେଖିବା ପାଇଁ ସମୟ ଦେଇଥିବାରୁ ଏବଂ ଭାରତୀୟ ପାନୋରାମା ପାଇଁ ସେଗୁଡିକ ମଧ୍ୟରୁ ସର୍ବୋତ୍ତମ ଚଳଚ୍ଚିତ୍ର ଚୟନ କରି ଥିବାରୁ ସେ ବିଚାରକ ମଣ୍ଡଳୀର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ସମାବେଶକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର କହିଥିଲେ ଯେ, ଭାରତୀୟ ପାନୋରାମା ବିଭାଗ ଅଧୀନରେ ଦେଶର ସମସ୍ତ ଅଞ୍ଚଳରୁ ସର୍ବୋତ୍ତମ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ ।କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଉଦ୍ଘାଟନୀ ଚଳଚ୍ଚିତ୍ର ହାଦିନେଲେନ୍ତୁ(ଫିଚର) ଏବଂ ଦି ସୋ ମଷ୍ଟ୍ ଗୋ ଅନ୍ (ଅଣ – ଫିଚର)ର ଫିଲ୍ମ ନିର୍ମାତା ମାନଙ୍କୁ ସମ୍ମାନିତ କରିଥିଲେ ।