ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ :୧୬୨ ମୃତ

ଅନ୍ୟ କିଛି ଲୋକଙ୍କୁ ଅସ୍ଥାୟୀ ଟେଣ୍ଟ ଭିତରେ ଚିକିତ୍ସା କରାଯାଇଛି….

ନୂଆଦିଲ୍ଲୀ : ପୁଣି ଥରେ ଭୂକମ୍ପ ଝଟ୍‌କାରେ ଥରିଲା ଇଣ୍ଡୋନେସିଆ। ରାଜଧାନୀ ଜକାର୍ତାରେ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏଥିଯୋଗୁ ଅନେକ ଘର ଓ ବିଲ୍ଡିଂ କ୍ଷତିସଗ୍ରସ୍ତ ହୋଇଛି। ଘରଗୁଡିକ ଭାଙ୍ଗି ମାଟିରେ ମିଶି ଯାଇଛି। ସେପଟେ ଭୂକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୬୨କୁ ବୃଦ୍ଧି ପାଇଛି। ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ଅନେକ ସଂଖ୍ୟାରେ ଲୋକେ ଭଙ୍ଗା ଅଟ୍ଟାଳିକା ତଳେ ଦବି ରହିଛନ୍ତ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥିତି ଏପରି ହୋଇଛି ଯେ, ଗାଡି ପାର୍କିଂ ସ୍ଥାନରେ ଆହତ ଲୋକଙ୍କ ଚିକିତ୍ସା କରିବାକୁ ପଡୁଛି।

ସିଆଞ୍ଜୁର ହସ୍ପିଟାଲରେ ଭିଡ ଜମିବା ଯୋଗୁଁ ରାତିସାରା ପାର୍କିଂ ଅଞ୍ଚଳରେ ଆହତଙ୍କ ଚିକିତ୍ସା ଚାଲିଛି। ଅନ୍ୟ କିଛି ଲୋକଙ୍କୁ ଅସ୍ଥାୟୀ ଟେଣ୍ଟ ଭିତରେ ଚିକିତ୍ସା କରାଯାଇଛି। ସେହିପରି ଆଉ କିଛି ଲୋକଙ୍କୁ ରାସ୍ତାକଡରେ ହିଁ ଚିକିତ୍ସା କରିଛନ୍ତି ସ୍ୱାସ୍ଥ୍ୟକର୍ମୀ। ଅନ୍ଧାର ଭିତରେ ଟର୍ଚ୍ଚ ଆଳୁଅରେ ରୋଗୀଙ୍କୁ ଇଞ୍ଜେକସନ୍ ଦିଆଯାଇଛି।