୨୩ରୁ ଶୀତ ପ୍ରକୋପରେ ଥରିବ ଓଡ଼ିଶା

ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩ରୁ ୪ ଡିଗ୍ରି

ଭୁବନେଶ୍ବର : ରାଜ୍ୟର ଶୀତ ପ୍ରବାହରେ ସାମାନ୍ୟ ବିରାମ ଲାଗିଛି। ଗତକାଲି ରାତିରେ ରାଜ୍ୟର ପାରଦସ୍ତରରେ ବୃଦ୍ଧି ଦେଖାଯାଇଛି। କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରି ରେକର୍ଡ ହୋଇଥିଲା। ଗତ ରାତି‌ରେ ଏହା ଓଡ଼ିଶାର ଥଣ୍ଡା ସହର ପାଲଟିଥିଲା। ଏହା ପଛକୁ ଫୁଲବାଣୀରେ ୧୨.୨ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା।

ଗତକାଲି କଟକର ରାତି ତାପମାତ୍ରା ୧୯.୫ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରର ରାତି ତାପମାତ୍ରା ୧୯.୯ ଡିଗ୍ରି ରହିଥିଲା ‌ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ଦେଖାଯିବ ନାହିଁ। ପରବର୍ତ୍ତୀ ୨ ଦିନରେ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ ଓ ଓଡ଼ିଶା ପ୍ରବଳ ଶୀତ ପ୍ରକୋପରେ ଥରିବ ବୋଲି ସୂଚନା ମିଳିଛି।