ପୁରୀ: ଏଣିକି ପୁଲିସ କର୍ମଚାରୀଙ୍କୁ ମଧ୍ୟ ଶ୍ରୀମନ୍ଦିରକୁ ମୋବାଇଲ୍ ମନା। ଶ୍ରୀମନ୍ଦିରରେ ପ୍ରବେଶ ଏବଂ କାର୍ଯ୍ୟରତ ଥିବା ସମୟରେ ପୁଲିସ କର୍ମଚାରୀଙ୍କୁ ମୋବାଇଲ୍ ଫୋନ ବାରଣ କରାଯାଇଛି। ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଜରୁରୀକାଳିନ ସେବାରେ ନିଯୁକ୍ତ ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ପୁଲିସ କର୍ମଚାରୀଙ୍କୁ ମୋବାଇଲ୍ ଫୋନ ମନା କରାଯାଇଛି। ଶୁକ୍ରବାର ପୁରୀ ଏସ୍ପି କନୱର ବିଶାଲ ସିଂହ ଏପରି ନିର୍ଦ୍ଦେଶ ଦେଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ଫଟୋ ଓ ଭିଡିଓ ଭାଇରାଲ୍ ପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।