ବିଜେପିର ଅହଂକାର ରହିଲେ ହେଲା

ବିଜେପି ପତନ ପାଇଁ ଦାୟୀ ରହିବ ବିଜେପି

ଗାନ୍ଧୀନଗର: ଗୁଜରାଟ କ୍ଷମତାକୁ ଫେରିବା ପାଇଁ ବିଜେପିର ଷ୍ଟାର ପ୍ରଚାରକମାନେ ଯୋଉ ଆଭିମୁଖ୍ୟ ପୋଷଣ କରିଛନ୍ତି । ତାହା ବିଜେପିକୁ ଜାତୀୟ ରାଜନୀତିଠାରୁ ଢେର ଦୂରକୁ ନେଇଯିବ ବୋଲି ରାଜ୍ୟ ପଛୁଆ ବର୍ଗ ସାମ୍ମୁଖ୍ୟ ପକ୍ଷରୁ ମତାମତ ପ୍ରକାଶ ପାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁଜରାଟର ଖେଡ଼ା ଅଂଚଳରେ ଅନୁଷ୍ଠିତ ଏକ ଜନ ସମାବେଶରେ ୨୦୦୨ ସାଂପ୍ରଦାୟିକ ଦଙ୍ଗାକୁ ଯୁକ୍ତିଯୁକ୍ତ କହି ଦେଶର ଶାନ୍ତିପୂର୍ଣ୍ଣ ବାତାବରଣକୁ କଳୁଷିତ କରିବାର ଅପପ୍ରୟାସ କରିଛନ୍ତି ।

ଅମିତଙ୍କ ମତରେ ଗୁଜରାଟରେ ଶାନ୍ତି ପ୍ରତିଷ୍ଠା ପାଇଁ ୨୦୦୨ ସାଂପ୍ରଦାୟିକ ଦଙ୍ଗାର ଆବଶ୍ୟକତା ଥିଲା । ତେଣୁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଓ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂପ୍ରଦାୟିକ ଦଙ୍ଗାକୁ ରୋକିବା ପାଇଁ ପ୍ରୟାସ କରି ନଥିଲେ । ସମ୍ବିଧାନରୁ ଧର୍ମ ନିରପେକ୍ଷ ଶବ୍ଦଟିକୁ ଉଚ୍ଛେଦ କରି ବିଜେପି ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ପାଇଁ ଦେଶବ୍ୟାପୀ ଅଭିଯାନ କରିବା ଦରକାର ବୋଲି ରାଜ୍ୟ ପଛୁଆ ବର୍ଗର ନେତା ସୀତାରାମ ବେହେରା କହିଛନ୍ତି ।

ଭାରତରେ ବସବାସ କରୁଥିବା ଅଧିକାଂଶ ମୁସଲିମ ପରିବାର ସୁଦୂର ଆଫଗାନିସ୍ତାନରୁ ଆସିନାହାନ୍ତି । ମୁସଲମାନ ଶାସକଙ୍କ ଲାଲଆଖିରୁ ନିସ୍ତାର ପାଇବା ପାଇଁ ବହୁ ଦଳିତ ପରିବାର ଇସଲାମ ଧର୍ମକୁ ଗ୍ରହଣ କରିଥିଲେ । ରାଜାଙ୍କ ବାହୁଛାୟା ତଳେ ଆଶ୍ରିତ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କର ରକତପିଆ ଗୁଣ ଓ ସମାଜର ଛୁଅାଁଅଛୁଅାଁ ଭେଦଭାବରୁ ମୁକୁଳିବାର ରାହା ନେଇ ବହୁ ଦଳିତ ଜାତି ଇସଲାମ ଧର୍ମକୁ ଆଦରି ନେଇଥିଲେ । ସାଂପ୍ରଦାୟିକ ଦଙ୍ଗା ଆଳରେ ସେମାନଙ୍କ ଜୀବନ ସହ ଖେଳିବା ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ହୀନ ଚିନ୍ତାଧାରା । ଲୋକସଭାରେ ୩୦୦ରୁ ଅଧିକ ଆସନ ପାଇଯିବା ପରେ ବିଜେପିର ଅହଂକାର ଚରମ ସୀମାରେ ପହଂଚିଛି । ଏ ଅହଂକାର ରହିଲେ ହେଲା ।