୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ୧୮ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର । ପୁଣି ଥରେ ଆତଙ୍କୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଆତଙ୍କୀଙ୍କ ଏହି ତାଲିକା ଘୋଷଣା କରାଯାଇଛି । ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଏମାନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି ।

ବେଆଇନ୍‌ କାର୍ଯ୍ୟକଳାପ ଲିପ୍ତ ୧୯୬୭ ଆଇନ ଅନୁସାରେ ଏମାନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି । ତେବେ ଘୋଷଣା କରାଯାଇଥିବା ସମସ୍ତ ଆତଙ୍କୀ ବ୍ୟକ୍ତି ପାକିସ୍ତାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହିଛନ୍ତି । ସେମାନଙ୍କ ମଧ୍ୟରେ ଅବଦୁର ରେହମାନ ମକୃ, ସାହିଦ ମେହେମୁଦ, ଆବୁ ସୁଫିୟାନ, ମୁଫ୍‌ତି ଅସଗର, ଇବ୍ରାହିମ୍‌ ଆଥହର, ଇବ୍ରାହିମ୍‌ ମେନନ, ସାହିଦ ଲତିଫ୍‌, ସୟଦ ସଲ୍ଲାଉଦ୍ଦିନ, ଗୁଲାମ ନବି ଖାନ୍‌, ଜଫର ହୁସେନ ଭଟ୍ଟ, ସାହା ରିୟାଜ୍‌ ଅହମ୍ମଦ, ଏମ୍‌ଡି ଇକବାଲ୍‌, ଛୋଟା ସକିଲ, ମହମ୍ମଦ ଆନିସ ଶେଖ୍‌ଙ୍କ ନାଁ ରହିଛି ।