ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ଅଞ୍ଚଳରେ ନିରାପତ୍ତା ଓ ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ଏହି କ୍ରମରେ ସମ୍ବଲପୁର – ଅନୁଗୁଳ ସେକ୍ସନ ମଧ୍ୟରେ ନିରାପତ୍ତା ଓ ଆଧୁନିକୀକରଣ ନିମନ୍ତେ ରେଳବାଇ ପକ୍ଷରୁ ରେଳଗାଡି ସଂଖ୍ୟା ୧୮୧୨୫ / ୧୮୧୨୬ ରାଉରକେଲା – ପୁରୀ – ରାଉରକେଲା ଏକ୍ସପ୍ରେସକୁ ଆଗାମୀ ୧୫ ତାରିଖ ଗୁରୁବାର ଗୋଟିଏ ଦିନ ପାଇଁ ଉଭୟ ଦିଗରୁ ଚଳାଚଳ ବାତିଲ କରାଯାଇଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।