ନୂଆଦିଲ୍ଲୀ: ‘ପଠାନ୍’ ଚଳଚ୍ଚିତ୍ରଟି ଯୋଉ ସିନେମା ହଲରେ ମୁକ୍ତିଲାଭ କରିବ । ସେହି ସିନେମା ହଲରେ ନିଆଁ ଲଗାଇ ଦେବା ପାଇଁ ଅଯୋଧ୍ୟାସ୍ଥିତ ମହନ୍ତ ରାଜୁଦାସ ଆହ୍ୱାନ କରିଛନ୍ତି । ଚଳଚ୍ଚିତ୍ର ‘ପଠାନ୍’ରେ ଶାହରୁଖ ଓ ଦୀପିକା ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟିରେ ଦୀପିକା ଗେରୁଆ ରଙ୍ଗର ବିକିନି ପିନ୍ଧି ଏଭଳି ପୋଜ ଦେଇଛନ୍ତି ଯେ ବିଜେପି ସମେତ ସବୁ ହିନ୍ଦୁ ସଂଗଠନର ଚାରିିତ୍ରିକ ସ୍ଖଳନ ଘଟିଛି । ଦୀପିକାଙ୍କର ମହା ଅପରାଧ ହେଉଛି ସେ ଗେରୁଆ ରଙ୍ଗର ବିକିନି ପିନ୍ଧି ଅଭିନୟ କରିଛନ୍ତି । ସେ ଅନ୍ୟ ରଙ୍ଗର ବିକିନି ପିନ୍ଧିଥିଲେ ହିନ୍ଦୁ ସଂଗଠନଗୁଡ଼ିକୁ ଏତେ ବାଧି ନଥାନ୍ତା ।
ମହନ୍ତ ରାଜୁଦାସ ହେଉଛନ୍ତି ହନୁମାନଗଦି ପୀଠାଧୀଶ । ଅଯୋଧ୍ୟା ସନ୍ଥ ସମାଜ ଚଳଚ୍ଚିତ୍ର ‘ପଠାନ୍’ରେ ଦୀପିକାଙ୍କର ଅଧାଫୁଙ୍ଗୁଳା ଶରୀରକୁ ପ୍ରତିବାଦ କରିନି ମାତ୍ର ତାଙ୍କର ଗେରୁଆ ରଙ୍ଗର ବିକିନି ବ୍ୟବହାରକୁ ସମାଲୋଚନା କରିଛି ।
ରାଜୁଦାସଙ୍କ ଅଭିଯୋଗ ହେଉଛି, ବଲିଉଡ୍ ଓ ହଲିଉଡ୍ ଲଗାତର ଭାବେ ସନାତନ ଧର୍ମ ଓ ସଂସ୍କୃତିକୁ ଉପହାସ କରିଚାଲିଛି । ହିନ୍ଦୁ ଦେବାଦେବୀଙ୍କର ଅପମାନ କରିଚାଲିଛି । ସାଧୁସନ୍ଥଙ୍କ ରଙ୍ଗ, ରାଷ୍ଟ୍ରର ରଙ୍ଗ, ଦେଶର ରଙ୍ଗ, ସନାତନ ସଂସ୍କୃତିର ରଙ୍ଗ ହେଉଛି ଗେରୁଆ । ‘ପଠାନ୍’ ଚଳଚ୍ଚିତ୍ରରେ ସେହି ରଙ୍ଗକୁ ଅପମାନିତ କରାଯିବା ଅତ୍ୟନ୍ତ କ୍ଷୋଭର ବିଷୟ ।