ଡାଲି ଜାତୀୟ ଫସଲ ନିମନ୍ତେ କେନ୍ଦ୍ରର ସହାୟତା କେନ୍ଦ୍ର ଭାରତୀୟ କୃଷକଙ୍କୁ ଡାଲିଜାତୀୟ ଶସ୍ୟ ଉତ୍ପାଦନ ଓ ଖାଉଟି ମାନଙ୍କୁ ନିୟମିତ ଡାଲି ଉପଲବ୍ଧ କରାଇବା ନେଇ ସହାୟତା ଯୋଗାଇ ଦେଇଛନ୍ତି
ଅଧିକ ଡାଲି ଉତ୍ପାଦନ ପାଇଁ ଭାରତୀୟ କୃଷକମାନଙ୍କୁ ଖାଉଟି ବ୍ୟାପାର ବିଭାଗ ସହାୟତା ନିମନ୍ତେ ସମସ୍ତ ପଦକ୍ଷେପ ନେଇଛନ୍ତି । ୨୦୨୩ ମସିହା ନିମନ୍ତେ ଯେପରି ଖାଉଟି ମାନଙ୍କୁ ଡାଲି ସୁଲଭ ଦରରେ ଉପଲବ୍ଧ ହେବ ସେଥିପାଇଁ ନିୟମିତ ଡାଲି ଆମଦାନୀ ପାଇଁ ଆମଦାନୀକାରୀଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ ବୋଲି ଭାରତୀୟ ଡାଲି ମହାସଂଘର ଏକ ବୈଠକରେ ଖାଉଟି ବ୍ୟାପାର ସଚିବ ଶ୍ରୀ ରୋହିତ କୁମାର ସିଂ ଆଜି (୧୫-୧୨-୨୦୨୨) ପ୍ରକାଶ କରିଛନ୍ତି ।
ବିଶ୍ୱବ୍ୟାପୀ ଡାଲି ଜାତୀୟ ଶସ୍ୟର ଉପଲବ୍ଧତା ଆଗାମୀ ବର୍ଷରେ ଭଲ ହେବାର ଆଶା କରାଯାଉଛି । ଏହା ବିଶେଷକରି ମିଆଁମାର ଯେଉଁଠି ଅମଳ ଆରମ୍ଭ ହେଲାଣି ଓ ଆଫ୍ରିକୀୟ ଦେଶରେ ମଧ୍ୟ ଅଧିକ ଅଞ୍ଚଳରେ ଏହି ଚାଷ କରାଯାଉଛି । ଏହାର ଅମଲ ଅଗଷ୍ଟ ୨୦୨୩ ବେଳକୁ ଆରମ୍ଭ ହୋଇଯିବ । ଏହା ଡାଲି ଆମଦାନୀ ପ୍ରକ୍ରିୟା ନିରବିଚ୍ଛିନ୍ନ ରଖିବା ସହ ଡାଲି ଉପଲବ୍ଧତା ସମସ୍ୟାର ସମାଧାନ କରିପାରିବ ।
ଶ୍ରୀ ସିଂ ବିଶେଷକରି ହରଡ, ବିରି ଓ ମସୁର ଡାଲି ଉଭୟ ଘରୋଇ ଉତ୍ପାଦନ ଓ ଆମଦାନୀ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।
ଏଥିପାଇଁ ହୋଇଥିବା ବୈଠକରେ । ସକାରାତ୍ମକ ମତପ୍ରକାଶ ପାଇଛି । ଭାରତୀୟ ଡାଲି ଓ ଶସ୍ୟ ସଂଘ (ଆଇପିଜିଏ)ପ୍ରତିନିଧିଗଣ, ଦରିଆପାରି କୃଷି ବାଣିଜ୍ୟ ସଂଘ (କ୍ୟୁଏଟିଏ ମିଆଁମାର) ଅଖିଳ ଭାରତୀୟ ଡାଲି ମିଲ ସଂଘ, ତାମିଲନାଡୁ ଡାଲି ଆମଦାନୀ ଓ ରପ୍ତାନୀ ସଂଘ, ଆଇଗ୍ରେନ ଇତ୍ୟାଦି ଏଥିରେ ଅଂଶଗ୍ରହଣ କରିଥିଲେ ।
ବିଭିନ୍ନ ସଂଘର ପ୍ରତିନିଧିଗଣ ସରକାରଙ୍କ ନିରବଚ୍ଛିନ୍ନ ଉତ୍ତମ ଆମଦାନୀ ନୀତି ଯୋଗୁଁ ଭାରତୀୟ ଉପମହାଦେଶରେ ରପ୍ତାନୀ ଧାରା ଅବ୍ୟାହତ ରଖିବା ସହ ବର୍ଷ ବ୍ୟାପୀ ଏହାର ଦର ମଧ୍ୟ ନିୟନ୍ତ୍ରଣ ରହିଥିବା ମତବ୍ୟକ୍ତ କରିଥିଲେ । ଘରୋଇ ଡାଲି ଉତ୍ପାଦନ ତ୍ୱରାନ୍ୱିତ କରିବା ନେଇ କେତେକ ପ୍ରସ୍ତାବ ଯଥା କଟକଣା ଦୂରୀକରଣ, କେତେକ ଦେଶରୁ ନିୟନ୍ତ୍ରଣ ଓ ସ୍ଥିର ନୀତି ଇତ୍ୟାଦି ଅର୍ନ୍ତଭୁକ୍ତ।
ଖାଉଟି ବ୍ୟାପାର ବିଭାଗ ନିୟମିତ ବ୍ୟବଧାନରେ ଭାରତ ଡାଲି ସଂଘ ଓ ପ୍ରମୁଖ ରପ୍ତାନୀକାରୀ ଦେଶଗୁଡିକ ସହ ମତବିନିମୟ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ଡିସେମ୍ବର ୧୫, ୨୦୨୨ ଦିନ ଏକ ବୈଠକ ଆୟୋଜନ କରାଯାଇ ଆସନ୍ତାବର୍ଷ ନିମନ୍ତେ ଡାଳିଜାତୀୟ ଶସ୍ୟର ଉପଲବ୍ଧତାର ଦୃଶ୍ୟପଟ ଓ ଭାରତୀୟ ଖାଉଟିମାନଙ୍କ ନିମନ୍ତେ ସୁଲଭ ଦରରେ ଏହାର ଯୋଗାଣ ନେଇ ଆଲୋଚନା କରାଯାଇଥିଲା ।