ଭାରତ (ବିଏଚ) ସିରିଜ ପଞ୍ଜୀକରଣ ଚିହ୍ନ ସମ୍ବନ୍ଧୀୟ ନିୟମରେ ସଂଶୋଧନକୁ ବିଜ୍ଞପିତ କରିବା ଲାଗି ବିଜ୍ଞପ୍ତି ଜାରି
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଭାରତ (ବିଏଚ) ସିରିଜର ପଞ୍ଜୀକରଣ ଚିହ୍ନ ସମ୍ବନ୍ଧୀୟ ନିୟମରେ …
ବିଏଚ ସିରିଜ କାର୍ଯ୍ୟକାରିତାର ପରିଧିକୁ ଆହୁରି ବଢ଼ାଇବା ଏବଂ ସେଥିରେ ସୁଧାର ଆଣିବାର ପ୍ରୟାସ କ୍ରମେ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମ ପାଇଁ ପ୍ରସ୍ତାବ ଦିଆଯାଇଛି ଯାହାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲା:
1. ବିଏଚ ସିରିଜ ପଞ୍ଜୀକରଣ ଚିହ୍ନ ଥିବା ଗାଡ଼ିର ମାଲିକାନା ଅନ୍ୟମାନଙ୍କୁ ହସ୍ତାନ୍ତର କରାଯାଇପାରିବ । ବିଏଚ ସିରିଜ ପାଇଁ ଯୋଗ୍ୟ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କୁ ମାଲିକାନା ସ୍ଥାନାନ୍ତର ପାଇଁ ସୁବିଧା ଦିଆଯାଇଛି।
2. ଯେଉଁସବୁ ଗାଡ଼ିରେ ଏବେ ସାଧାରଣ ପଞ୍ଜୀକରଣ ଚିହ୍ନ ରହିଛି, ସେସବୁ ଗାଡ଼ିକୁ ମଧ୍ୟ ବିଏଚ ସିରିଜ ପଞ୍ଜୀକରଣ ଚିହ୍ନରେ ପରିବର୍ତ୍ତନ କରାଯାଇପାରିବ। ଏଥିପାଇଁ ଆବଶ୍ୟକ ଟିକସ ପଇଠ କରିବାକୁ ହେବ, ଯାହାଫଳରେ ସମ୍ପୃକ୍ତ ବ୍ୟକ୍ତି ବିଏଚ ପଞ୍ଜୀକରଣ ଚିହ୍ନ ପାଇବା ଲାଗି ଯୋଗ୍ୟ ହୋଇପାରିବେ।
3. ଲୋକମାନଙ୍କୁ ସହଜ ଜୀବନ ଅନୁଭୂତି ପ୍ରଦାନ କରିବା ଲାଗି ନିୟମ ୪୮ରେ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଛି, ଯାହାଫଳରେ ଲୋକମାନଙ୍କୁ ନିଜର ବାସସ୍ଥାନ କିମ୍ବା କାର୍ଯ୍ୟସ୍ଥଳୀରେ ବିଏଚ ସିରିଜ ପାଇଁ ଆବେଦନ ଦେବାର ସୁବିଧା ମିଳିପାରିବ।
4. ଦୁରୂପଯୋଗର ନିରାକରଣକୁ ଆହୁରି ମଜବୁତ କରିବା ଲାଗି ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ଦ୍ବାରା କାର୍ଯ୍ୟ-ପ୍ରମାଣପତ୍ର ଦେବାକୁ ହେବ।
5. ନିଜ ଶାସକୀୟ ପରିଚୟପତ୍ର ବ୍ୟତୀତ ସରକାରୀ କର୍ମଚାରୀ ଏବେ ନିଜ ସେବା ପ୍ରମାଣପତ୍ର ଆଧାରରେ ମଧ୍ୟ ବିଏଚ ସିରିଜ ପଞ୍ଜୀକରଣ ଚିହ୍ନ ପାଇପାରିବେ।