ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ନେପାଳ। ବିଳମ୍ବିତ ରାତିରେ ଏଠାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ରେକର୍ଡ କରାଯାଇଛି। ସୂଚନା ମୁତାବକ, ଗତକାଲି ରାତି ୧୦ଟା ୫୩ ମିନିଟ୍ରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ। ଏପରିକି କିଛି ଲୋକେ ଭୟରେ ଘରୁ ବାହାରୁ ଚାଲି ଆସିଥିଲେ। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡର ପଶ୍ଚିମରୁ ୫୦ କିଲୋମିଟର ଦୂରରେ ଥିବା ଧାଣ୍ଡିଗ ଜିଲ୍ଲାରେ ଥିବା ବୈଜ୍ଞାନିକମାନେ କହିଛନ୍ତି।