ଏସସିବିରେ ୫୦୦ଶଯ୍ୟାର ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ

କଟକ(ଏସ ନ୍ୟୁଜ ): ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସସିବି)ରେ ମଙ୍ଗଳବାର ୫୦୦ଶଯ୍ୟାର ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ନୂତନ ଭେଷଜ ଅଟ୍ଟାଳିକାରେ ଖୋଲିଥିବା କୋଭିଡ ହସ୍ପିଟାଲକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ଅନିଲ କୁମାର ସାମଲ ଲୋକାର୍ପିତ କରିଥିଲେ।

ଏହି ସ୍ବତନ୍ତ୍ର କୋଭିଡ ହସ୍ପିଟାଲରେ ୫୦ଶଯ୍ୟାର ଆଇସିୟୁ, ୩୦ଶଯ୍ୟାର ଏଚଡିୟୁ, ପ୍ରସୂତିଙ୍କ ପାଇଁ ୩୦ଶଯ୍ୟା ସୁବିଧା ରହିଛି। ବର୍ତ୍ତମାନ ଏସସିବିକୁ କୋଭିଡ ରୋଗୀ ଆସିଲେ ସିଧାସଳଖ ଏହି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ। ରୋଗୀଙ୍କ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ଏହି ହସ୍ପିଟାଲକୁ ଲୋକାର୍ପଣ କରାଯାଇଛି ବୋଲି ଆରଡିସି ଶ୍ରୀ ସାମଲ କହିଛନ୍ତି।

ସୂଚାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସ ୪ ତାରିଖରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ କଟକ ଶ୍ରୀ ରାମଚନ୍ଦ୍ରଭଞ୍ଜ ଭେଷଜ ଚିକିତ୍ସାଳୟ ଓ ମହାବିଦ୍ୟାଳୟରେ କୋଭିଡ ହସ୍ପିଟାଲ ସ୍ଥାପନ କରିବା ନିମନ୍ତେ ପ୍ରସ୍ତାବ ଦିଆ ଯାଇଥିଲା।