ପୁରୀ(ଏସ ନ୍ୟୁଜ ): ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଭାସିଯାଇଥିବା ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଛି । ଘଟଣାର ୨୪ ଘଣ୍ଟା ପରେ ବ୍ଲୁ ଫ୍ଲାଗ୍ ବିଚ୍ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ପର୍ଯ୍ୟଟକ ହେଲେ ୧୬ ବର୍ଷୀୟ ତାନିସ୍କ ବିନୟ। ଝାଡ଼ଖଣ୍ଡର ରାଞ୍ଚିର ଅଶୋକ ନଗରରେ ତାଙ୍କ ଘର।
ଗତକାଲି ଦିନ ୧୨ଟା ବେଳେ ବ୍ଲୁ ଫ୍ଲାଗ୍ ବିଚ୍ର ବଥିଂ ଜୋନ୍ରେ ସେ ତାଙ୍କ ପରିବାର ଲୋକଙ୍କ ସହ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ । ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି।