ନୂଆଦିଲ୍ଲୀ : ମୁମ୍ବାଇରୁ ଆସୁଥିବା ଏୟାର ଇଣ୍ଡିଆ ଉପରେ ରୋକ ଲଗାଇଛି ହଂକଂ । ଏ କଟକଣା ନଭେମ୍ବର ୧୦ ଯାଏ ବଳବତ୍ତର ରହିବ। ବୁଧିବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଚଳିତ ସପ୍ତାହରେ ଯାତ୍ରା କରିଥିବା କିଛି ଯାତ୍ରୀ ହଂକଂ ପହଞ୍ଚିବା ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏଣୁ ହଂକଂ ସରକାର ଅକ୍ଟୋବର ୨୮ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ମୁମ୍ବାଇ-ହଂକଂ ଉଡାଣ ଉପରେ କଟକଣା ଲଗାଇଛନ୍ତି।
ହଂକଂ ସରକାର ଚତୁର୍ଥ ଥର ପାଇଁ ଭାରତରୁ ଯାଉଥିବା ଏୟାର ଇଣ୍ଡିଆର ଉଡାଣ ଉପରେ କଟକଣା ଲଗାଇଛନ୍ତି। ହଂକଂ ସରକାରଙ୍କ ପକ୍ଷରୁ ଜୁଲାଇରେ ଜାରି ହୋଇଥିବା ନିୟମ ଅନୁସାରେ ଭାରତର ଯାତ୍ରୀ ହଂକଂ ସେତେବେଳେ ଆସିପାରିବେ ଯେତେବେଳେ ସେମାନେ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ହୋଇଥିବା କୋଭିଡ ପରୀକ୍ଷର ରିପୋର୍ଟ ନେଗେଟିଭ ଆସିବ। ଏହା ସହ ସମସ୍ତ ଯାତ୍ରୀଙ୍କୁ ହଂକଂ ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ପରୀକ୍ଷା କରିବା ଜରୁରୀ ବୋଲି କୁହାଯାଇଛି।