ଉତ୍ତରପ୍ରଦେଶ : ରାଜ୍ୟସଭା ନିର୍ବାଚନରେ ଦଳର ଅଦେଶକୁ ଅବମାନନା କରିଥିବା ୭ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି ବହୁଜନ ସମାଜ ପାର୍ଟି (ବିଏସପି) । ଏନେଇ ବିଏସପି ବିଏସପି ସୁପ୍ରିମୋ ମାୟାବତୀ ଘୋଷଣା କରିଛନ୍ତି । ଏହାସହିତ ମାୟାବତୀ କହିଛନ୍ତି କି ପୌର ନିର୍ବାଚନରେ ବିଏସପି ଜେସା କୁ ତେଶା ନିତୀ ଆପଣାଇବ। ଆବଶ୍ୟକ ପଡିଲେ ବିଜେପି ସହ ହାତ ମିଳାଇବେ ।

ନିଲମ୍ବିତ ବିଧାୟକ ମାନଙ୍କ ମଧ୍ୟରେ ଅଛନ୍ତି ଅସଲମ୍ ଶାହାନୀ, ଅସଲମ୍ ଅଲ୍ଲୀ,ମୁଜତବା ସିଦ୍ଦୀକ୍,ହାକିମ୍ ଲାଲ୍ ବିନ୍ଦ, ହରଗୋବିନ୍ଦ ଭାର୍ଗବ, ସୁଷମା ପଟେଲ୍, ଓ ବନ୍ଦନା ସିଂ । ନିଲମ୍ବିତ ସମ୍ମିଳନୀରେ ଉତ୍ତରପ୍ରଦେଶ ପୌର ନିର୍ବାଚନରେ ଦଳ ପୁରା ଦମରେ ନିର୍ବାଚନ ମଇଦାନକୁ ଉହ୍ଲାଇବ ବୋଲି କହିଛନ୍ତି ସୁପ୍ରିମୋ। ଏଥିପାଇଁ ଯଦି ବିଜେପିକୁ ଭୋଟ ଦେବାକୁ ପଡେ ତାହା ମଧ୍ୟ କରିବୁ । ଖାଲି ସେତିକି ନୁହେ ଏଣିକି ଭବିଷ୍ୟତରେ ହେବାକୁ ଥିବା ଏମଏଲସି ନିର୍ବାଚନରେ ସମାଜବାଦୀ ପାର୍ଟି(ଏସପି) ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ବିଏସପି ସମସ୍ତ ଶକ୍ତି ଲଗାଇବୁ। ଆବଶ୍ୟକ ପଡ଼ିଲେ ରାଜ୍ୟର ଶାସକ ଦଳ ବିଜେପି ନହେଲେ ଅନ୍ୟ ଦଳ ସହିତ ହାତ ମିଳାଇବା ପାଇଁ ବିଏସପି ପ୍ରସ୍ତୁତ।
ଅନ୍ୟପଟେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ମାୟାବାତୀ ଟାର୍ଗେଟ କରିଛନ୍ତି । ବିଏସପି ସୁପ୍ରିମୋ କହିଛନ୍ତି, ‘ଏଥର ଲୋକସଭା ନିର୍ବାଚନରେ ଏନଡିଏ କ୍ଷମତାକୁ ଆସିବାକୁ ରୋକିବା ପାଇଁ ଆମ ଦଳ ଏସପି ସହ ମେଣ୍ଟ କରିଥିଲା। ୧୯୯୫ ମସିହାରେ ପୂର୍ବରୁ ଏସପି ମୋର ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲା। ହେଲେ ସବୁ ଭୁଲି ମେଣ୍ଟ କରିଥିଲୁ। ନିର୍ବାଚନ ଫଳାଫଳ ପରେ ଏସପିର ହାବଭାବ ଦେଖିବା ପରେ ହତ୍ୟା ମାମଲା ପ୍ରତ୍ୟାହାର କରିବା ବଡ ଭୁଲ ଏବଂ ସେମାନଙ୍କ ସହ ମିଶିବା ନିଷ୍ପତ୍ତି ଭୁଲ୍ ଥିଲା ବୋଲି ସେ କହିଛନ୍ତି। କେବଳ ସେତିକି ନୁହେ ସମାଜବାଦୀ ପାର୍ଟି ଶାସନ କାଳରେ ଉତ୍ତରପ୍ରଦେଶରେ ମାଫିଆ ଓ ଗୁଣ୍ଡା ମାନଙ୍କର ଶାସନ ଚାଲୁଥିଲା ବୋଲି ମାୟାବତୀ ଅଭିଯୋଗ କରିବା ସହ ଏବେ ଅଖିଳେଶ ରାଜ୍ୟର ଲୋକଙ୍କୁ ବୋକା ବନାଇବାକୁ ଯାଉଛନ୍ତି ।

ଏଠାରେ ଉଲ୍ଲେଖଥାଉକି ଉତ୍ତରପ୍ରଦେଶରେ ରାଜ୍ୟସଭା ସାଂସଦ ନିର୍ବାଚନ ବେଳେ ବିଏସପିର ୭ ଜଣ ବିଧାୟକ ଦଳର ହ୍ୱିପ ବିରୋଧରେ ଭୋଟ ଦାନରୁ ବିରତ ରହିଥିଲେ । ଏହା ପରେ ସେମାନେ ସମାଜବାଦୀ ପାର୍ଟିରେ ଯୋଗ ଦେବା ନେଇ ଚର୍ଚ୍ଚା ଧରିବା ପରେ ମାୟାବାତୀ ସେମାନଙ୍କୁ ବହିସ୍କୃତ କରିଛନ୍ତି ।