ରାଜ୍ୟ ସ୍ଥାପନ ଦିବସ ଅବସରରେ ମେଘାଳୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ମେଘାଳୟର ଲୋକେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଛନ୍ତି….

ଭୁବନେଶ୍ୱର, ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନ ଦିବସ ଅବସରରେ ମେଘାଳୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମେଘାଳୟବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସର ଶୁଭେଚ୍ଛା । ଏହି ରାଜ୍ୟ ନିଜ ପ୍ରାଣୋଚ୍ଛଳ ସଂସ୍କୃତି ବିଶେଷତଃ ସଂଗୀତ, କଳା ଓ କ୍ରୀଡା ପ୍ରତି ଆଗ୍ରହ ପାଇଁ ପରିଚିତ । ମେଘାଳୟର ଲୋକେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଛନ୍ତି । ଆଗାମୀ ଦିନରେ ମେଘାଳୟର ନିରନ୍ତର ପ୍ରଗତି କାମନା କରୁଛି ।”