ସର୍ବଦା ଘରୁ ବାହାରିବା ସମୟରେ ଏହି କାମ କରନ୍ତୁ: ସମସ୍ତ କାର୍ଯ୍ୟରେ ସଫଳତା ହିଁ ସଫଳତା ମିଳିବ

କାର୍ଯ୍ୟକୁ ସଫଳ କରିବାର ସରଳ ଉପାୟ!

ଜାଣିନିଅନ୍ତୁ ସମସ୍ତ କାର୍ଯ୍ୟରେ କିପରି ସଫଳତା ମିଳିବ..

ଜୀବନରେ ସର୍ବଦା ସୁଖ ଶାନ୍ତି ଲାଗିରୁହେ । ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ୱ ଏବଂ ଗୁରୁତ୍ୱ ହିନ୍ଦୁ ଧର୍ମରେ ରହିଛି । ଫଳରେ ଏହି ଶାସ୍ତ୍ର ମାଧ୍ୟମରେ ଆମେ ଗ୍ରହ ନକ୍ଷତ୍ରଙ୍କ ଚାଳନା ଠାରୁ ଆରମ୍ଭ କରି ଜଣେ ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ବିଷୟରେ ମଧ୍ୟ ଅନେକ କିଛି କଥା ଜାଣିପାରିଥାଉ । ତେବେ ଏହି ଶାସ୍ତ୍ର ଅନୁସାରେ ଘରୁ ବାହାରିବା ସମୟରେ ଏପରି କିଛି କାର୍ଯ୍ୟ ଅଛି ଯାହାକୁ କରିୁବା ଦ୍ୱାରା ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବା ସହ ଗ୍ରହମାନଙ୍କ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ସମସ୍ତ କାର୍ଯ୍ୟରେ କିପରି ସଫଳତା ମିଳିବ ଆସନ୍ତୁ ଜାଣିବା:

-ବାସ୍ତୁ ଶାସ୍ତ୍ର ଅନୁଯାଇ ଘରୁ ବାହାରକୁ ଯିବା ସମୟରେ ପୁରୁଷମାନେ ସର୍ବଦା ଡାହାଣ ପାଦ ବାହାର କରନ୍ତୁ ଏବଂ ମହିଳାମାନେ ସର୍ବଦା ବାମ ପାଦ ଆଗ ପକାନ୍ତୁ । ଏଥିସହିତ ଘରୁ ପରିକ୍ଷା କିମ୍ବା ଇଣ୍ଟରଭ୍ୟୁକୁ ଯିବା ସମୟରେ ଦହି ଚିନି ସେବନ କରି ଯାଆନ୍ତୁ । ଏପରି କିରବା ଦ୍ୱାରା କାର୍ଯ୍ୟରେ ସଫଳତା ହିଁ ସଫଳତା ମିଳିବ ।

-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସର୍ବଦା ଘରୁ ବାହାରିବା ସମୟରେ ଭଗବାନଙ୍କ ନାମ ସ୍ମରଣ କରି ବାହାରକୁ ବାହାରନ୍ତୁ । ଖାସ କରି କୌଣସି ଶୁଭ କାର୍ଯ୍ୟରେ ଯାଉଥିଲେ ଭଗବାନ ବିଷ୍ଣୁଙ୍କ ବାବନ ରୂପକୁ ସ୍ମରଣ କରି ଯାତ୍ରା କରନ୍ତୁ । ଫଳରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।

-ଘରୁ ଯିବା ସମୟରେ ସର୍ବଦା ମିଠା ଦହି ସେବନ କରି ଯାତ୍ରା କରନ୍ତୁ । ଏପରି କିରବା ଦ୍ୱାରା ଅଟକି ରହିଥିବା କାମରେ ସୁଣିଛିତ ସଫଳତା ମିଳିବ ।

-ଘରୁ ବାହାରକୁ ଯିବା ସମୟରେ ଘରେ ଥିବା ମାତା ପିତା, ପତ୍ନୀ କିମ୍ବା ପିଲାମାନଙ୍କୁ ଟାଟା କିମ୍ବା ବାଏ ବାଏ କହିବା ପରିବର୍ତ୍ତେ ସିଦ୍ଧ ଗଣେଶ କହି ଯାତ୍ରା କରନ୍ତୁ ସଫଳତା ପ୍ରାପ୍ତିର ଯୋଗ ରହିଛି ।

-କେତେକ ସମୟରେ ଆପଣ ଘରୁ ବାହାରକୁ ଯାଆନ୍ତି, ସେହି ଦିନ ଆଧାରରେ ସର୍ବାଂଗ ଶୁଭ କହି ଭୋଜନ କରନ୍ତୁ । ଏହା କାର୍ଯ୍ୟକୁ ସଫଳ କରିବା ସହ କାର୍ଯ୍ୟରେ ଥିବା ସମସ୍ୟା , ଏବଂ ଅସୁବିଧାଦୂର ହେବ । ଶାସ୍ତ୍ର ଅନୁସାରେ ଯଦି ଅନେକ ଦିନଧରି ହେଉନଥିବା କାମ ହେବାକୁ ଯାଉଛି ତେବେ ସେହି କାମ ସର୍ବଦା ଶୁକ୍ରବାର ଦିନ କରିବା ପାଇଁ ଚେଷ୍ଟା କରନ୍ତୁ ।