ଭୁବନେଶ୍ୱର(ଏସ ନ୍ୟୁଜ ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୧୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ସଂଖ୍ୟା ୧୩୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ଭୁବନେଶ୍ୱର ଓ କଟକରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳ, ଗଞ୍ଜାମ, ଝାରସୁଗୁଡା, ଖୋର୍ଦ୍ଧା, କନ୍ଧମାଳ, ନୂଆପଡା, ରାୟଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଅନ୍ୟପଟେ ରାଜ୍ୟରେ ୧୫୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୯୧ ଜଣ କ୍ୱାରେଣ୍ଟାଇନ୍ରେ ଚିହ୍ନଟ ହିଥିବା ବେଳେ ୬୫୬ଟି ହେଉଛି ଲୋକାଲ୍ କେସ୍।
୩୦ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୪, ଗଞ୍ଜାମ ଜିଲ୍ଲାରୁ୨୪, ବଲାଙ୍ଗୀର ଜିଲ୍ଲାରୁ ୭୯, ବାଲେଶ୍ବର ଜିଲ୍ଲାରୁ ୭୯, କୋରାପୁଟ ଜିଲ୍ଲାରୁ ୩୭, ଭଦ୍ରକରୁ ୪୩, ରାୟଗଡ଼ା ଜିଲ୍ଲାରୁ ୯, ପୁରୀ ଜିଲ୍ଲାରୁ ୫୯, ସୁନ୍ଦରଗଡ଼ ଜିଲ୍ଲାରୁ ୫୮, ଜଗତସିଂହପୁର ଜିଲ୍ଲାରୁ ୮୯, ସମ୍ବଲପୁର ଜିଲ୍ଲାରୁ ୨୩, କଳାହାଣ୍ଡି ଜିଲ୍ଲାରୁ ୩୭, ଯାଜପୁର ଜିଲ୍ଲାରୁ ୭୦, କନ୍ଧମାଳ ଜିଲ୍ଲାରୁ ୨୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୧, ମାଲକାନଗିରି ଜିଲ୍ଲାରୁ ୧୭, ଗଜପତି ଜିଲ୍ଲାରୁ ୮, ମୟୂରଭଞ୍ଜ ଜିଲ୍ଲାରୁ ୮୮ , ଝାରସୁଗୁଡ଼ା ଜିଲ୍ଲାରୁ ୩୭, ଢେଙ୍କାନାଳ ଜିଲ୍ଲାରୁ ୪୦, ନବରଙ୍ଗପୁର ଜିଲ୍ଲାରୁ ୩୦, କେନ୍ଦୁଝର ଜିଲ୍ଲାରୁ ୭୧, ସୁବର୍ଣ୍ଣପୁର ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୯୫, ବରଗଡ଼ ଜିଲ୍ଲାରୁ ୩୫, ନୂଆପଡ଼ା ଜିଲ୍ଲାରୁ ୫୯, ଦେବଗଡ଼ରୁ ୧୭ ଓ ବୌଦ୍ଧ ଜିଲ୍ଲାରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୩୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ବର୍ତ୍ତମାନ ରାଜ୍ୟରେ ମୋଟ୍ ୨,୭୨,୦୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୨୪୭ ରହିଛି।