ଆଜି ମ।।ଘ ପୂର୍ଣ୍ଣମୀ (୫/୨/୨୦୨୩) । ଏହିଦିନ ଗଙ୍ଗାରେ ସ୍ନାନ କଲେ, ସବୁ ପାପରୁ ମୁକ୍ତି ମିଳିଥାଏ । ଭଗବାନ ବି୩⁄୪ୁ ଓ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ । ଗଙ୍ଗାଠାରୁ ଦୂରରେ ବସବାସ କରୁଥିବା ଲୋକମାନେ ଘର ନିକଟରେ ପ୍ରବାହିତ ନଦୀକୁ ମା’ ଗଙ୍ଗା ଭାବେ ମନରେ ଚିନ୍ତା କରି ଗାଧୋଇବା ଉଚିତ । ମାଘ ପୂର୍ଣ୍ଣିମା ଦିନ ପ୍ରୟାଗ- ହରିଦ୍ୱାର ଗଙ୍ଗାନଦୀ କୂଳରେ ମାଘମେଳା ସମାପନ ହୋଇଥାଏ । ଦେଶର ବିଭିନ୍ନ ନଦୀତଟରେ ମାଘମେଳା ସମାପନ କରାଯାଏ ।
ଚଳିତ ବର୍ଷ ଗ୍ରହରାଜ ଶନିଦେବ ଜାନୁଆରୀ ୧୭ ତାରିଖରେ କୁମ୍ଭ ରାଶିକୁ ଗମନ କଲେ । ତେଣୁ ମାଘ ପୂର୍ଣ୍ଣିମା ଦିନ ଗାଧୁଆ ସାରି ଶନିଦେବଙ୍କ ଉଦ୍ଦେଶ୍ୟରେ ଦାନ କଲେ, ଶୁଭଫଳ ମିଳିବ । ଗରିବଙ୍କୁ କମ୍ବଳ ଦାନ କଲେ, ଶନିଦେବଙ୍କ ଅଶୁଭ ଦୃଷ୍ଟିରୁ ରକ୍ଷା ମିଳେ । ଲୁହା ଦାନ କରିବା ଉଚିତ । ଏସବୁ କରି ନପାରିଲେ, କଳା କପଡ଼ାରେ କଳା ବିରି ବାନ୍ଧି ନିଛାଟିଆ ସ୍ଥାନରେ ରଖିଲେ, ଶନିଦେବଙ୍କ କୃପା ପ୍ରାପ୍ତ ହେବ ।
ଗରିବ ଲୋକକୁ ଅନ୍ନଦାନ କଲେ, ଶନିଙ୍କ କୃପାବଳରେ ସୁଖ ସମୃଦ୍ଧି ଭୋଗ ହେବ । ମାଘ ପୂ ଣ୍ଣ ର୍ମୀ ଦିନ ବ୍ରାହ୍ମ ମୁହୂର୍ତରୁ ସ୍ନାନ ସାରି ଶ୍ରଦ୍ଧାଳୁମାନେ ଭଗବାନ ବି୩⁄୪ୁ ଓ ମା’ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରନ୍ତି । ପୂଜା କରି ନପାରିଲେ, ସ୍ନାନ ପରେ ‘ଓଁ ନମୋ ଭଗବତେ ବାସୁଦେବାୟ ନମଃ’ ଜପ କରିବା ଉଚିତ । ଜପ ପରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କରିବା ଉଚିତ । ଗରିବଙ୍କୁ ଅନ୍ନଦାନ, ବସ୍ତ୍ରଦାନ କରିପାରିଲେ ଆହୁରି ଭଲ ।
ମାଘ ପୂର୍ଣ୍ଣିମା ଦିନ ତେଲ, କମ୍ବଳ, ଗୁଡ଼, ଘିଅ, ମୁଦୁକ, ଜୋତା, ଫଳ, ଅନ୍ନ ଓ ଯଥାଶକ୍ତି ସୁନା ଦାନ କରିବା ଅଧିକ ମଙ୍ଗଳଦାୟକ । ଚଳିିତ ବର୍ଷ ମାଘ ପୂର୍ଣ୍ଣିମା ଫେବୃଆରୀ ୪ ତାରିଖ ରାତି ସାଢେ଼ ୯ଟାରୁ ୫ ତାରିଖ ରାତି ୧୧ଟା ୫୮ ମିନିଟ୍ ପର୍ଯ୍ୟନ୍ତ ରହିବ । ମାତ୍ର ସର୍ବାଥ ସିଦ୍ଧିଯୋଗ ସକାଳ ୭ଟା ୦୭ ମିନିଟ୍ରୁ ଦିନ ୧୨ଟା ୧୩ ମିନିଟ୍ ପର୍ଯ୍ୟନ୍ତ ରହୁଛି । ପୁଷ୍ୟା ଅଶ୍ଲେଷା ନକ୍ଷତ୍ର କାରଣରୁ ମାଘ ପୂର୍ଣ୍ଣମୀ ଦିନଟିକୁ ଅତ୍ୟନ୍ତ ଶୁଭ ବିବେଚନା କରାଯାଏ ।