ସନ୍ଥ ରବିଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ତାଙ୍କ ମାର୍ଗ ଅନୁସରଣ କରି ଆମେ ଅନେକ ଉପକ୍ରମ ମାଧ୍ୟମରେ ଗରିବଙ୍କ ସେବା ଓ ସେମାନଙ୍କ ସଶକ୍ତିକରଣ କରୁଛୁ…

ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ଥ ରବିଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସନ୍ଥ ରବିଦାସ ଜୀଙ୍କ ଜୟନ୍ତୀରେ ତାଙ୍କୁ ନମନ କରିବା ସହ ତାଙ୍କ ମହାନ ବାଣୀଗୁଡିକୁ ସ୍ମରଣ କରୁଛି । ଏହି ଅବସରରେ ତାଙ୍କ ଚିନ୍ତାଧାରା ଅନୁଯାୟୀ ନ୍ୟାୟପ୍ରିୟ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସମୃଦ୍ଧ ସମାଜ ପାଇଁ ନିଜ ସଂକଳ୍ପକୁ ଦୋହରାଉଛି । ତାଙ୍କ ମାର୍ଗ ଅନୁସରଣ କରି ଆମେ ଅନେକ ଉପକ୍ରମ ମାଧ୍ୟମରେ ଗରିବଙ୍କ ସେବା ଓ ସେମାନଙ୍କ ସଶକ୍ତିକରଣ କରୁଛୁ ।”