ଶକ୍ତିଶାଳୀ ଭୂକମ୍ପ: ୧୦୦ ଛୁଇଁଲା ମୃତ୍ୟୁସଂଖ୍ୟା

ସିରିୟାରେ ଆଜି ଭୋରରୁ ଅନୁଭୂତ ହୋଇଥିବା …

ତୁର୍କୀ ଓ ସିରିୟାରେ ଆଜି ଭୋରରୁ ଅନୁଭୂତ ହୋଇଥିବା ଭୟଙ୍କର ଭୂକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିବାର ବେଳେ ଶତାଧିକ ବିଲଡିଂ ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ସମୟ ଭୋର ୪ ଟା ୧୭ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି।

ପ୍ରଥମ ଝଟକାର ୧୫ ମିନିଟ୍ ପରେ ସେଠାରେ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୬.୭ ରହିଥିଲା।ଭୂକମ୍ପ ଦ୍ୱାରା ତୁର୍କୀର ଗାଜିଆନଟେପ ସର୍ବାଧିକ ପ୍ରଭାବିତ ହୋଇଛି। ଏହା ତୁର୍କୀର ଅନ୍ୟତମ ପ୍ରମୁଖ ଶିଳ୍ପାଞ୍ଚଳ। ଏହା ସିରିୟା ସୀମାକୁ ଲାଗି ରହିଛି। ଆଜି ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲେବାନନ, ସିରିୟା ଓ ସାଇପ୍ରସରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।