ଆର୍ଥିକ ସଂକଟରେ ବହୁଦେଶୀୟ କମ୍ପାନୀ କଲବଲ

ଚାକିରି ହରାଇବେ ୨୫ ହଜାର ଯୁବକ ଯୁବତୀ…

ନୂଆଦିଲ୍ଲୀ: ବିଶ୍ୱ ଆର୍ଥିକ ପାଣିପାଗ ଦିନକୁ ଦିନ ତଳମୁହାଁ ଚାଲିଛି । କର୍ମଚାରୀଙ୍କୁ ନିୟମିତ ଦରମା ଦେବା ପାଇଁ କମ୍ପାନୀ ପାଖରେ ଟଙ୍କା ନାହିଁ । ସଦ୍ୟତମ ସୂଚନା ମୁତାବକ ଡେଲ୍‌ କମ୍ପାନୀ ୬,୬୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ତୟାର ହେଲାଣି । କୋଉ ବିଭାଗରୁ କେତେ ସଂଖ୍ୟକ କର୍ମଚାରୀଙ୍କୁ ବିଦା କରାଯିବ; ସେ ସଂପର୍କୀତ ତଥ୍ୟ ଅସ୍ପଷ୍ଟ ରହିଛି ।

‘ଜୁମ’ କମ୍ପାନୀରୁ ୧୫୦୦ କର୍ମଚାରୀ ଚାକିରି ହରାଇବେ । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ କହନ୍ତି, କରୋନା ଅମଳରେ କମ୍ପାନୀର ବ୍ୟବସାୟ ଧୁମଧାମ ଚାଲିଥିଲା । ମହାମାରୀ ପରେ ଆର୍ଥିକ ସ୍ଥିତି ଖରାପ ଆଡ଼କୁ ଗତି କଲା । କର୍ମଚାରୀ ଛଟେଇ ଛଡ଼ା ଆମ ପାଖରେ ବିକଳ୍ପ କିଛି ନାହିଁ । ଇବେ’ କମ୍ପାନୀରୁ ୫୦୦ କର୍ମଚାରୀ ବିଦାୟ ନେବାକୁ ଯାଉଛନ୍ତି ।

ବୋଇଂ କମ୍ପାନରୁ ୨ ହଜାର କର୍ମଚାରୀ ଚାକିରି ହରାଇବେ । ୨୦୨୨ରୁ କର୍ମଚାରୀ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଫେସବୁକ୍‌, ଗୁଗଲ୍‌, ଆମାଜନ୍‌, ଆଲିବାବା ଓ ଟ୍ୱିଟର ସମେତ ବହୁ କମ୍ପାନୀରୁ ବିପୁଳ ସଂଖ୍ୟକ କର୍ମଚାରୀ ବିଦାୟ ନେଇ ସାରିଲେଣି । ଭାରତର ଏଚ୍‌ସିଏଲ୍‌ ଟେକ୍‌ ସମେତ ବହୁତ ଆଡ୍‌ଟେକ୍‌ କମ୍ପାନୀରେ କର୍ମଚାରୀ ଛଟେଇ ଜାରି ରହିଛି ।