ଭାଲେଂଟାଇନ୍‌ ସପ୍ତାହ: ପ୍ରେମ ପାଇଁ ସାତୋଟି ଦିନ!

ହାତଗଣତି ଦେଶଗୁଡ଼ିକୁ ଛାଡ଼ିଦେଲେ ଅଧିକାଂଶ ଦେଶରେ ମନ ଦିଆନିଆ …

ହାତଗଣତି ଦେଶଗୁଡ଼ିକୁ ଛାଡ଼ିଦେଲେ ଅଧିକାଂଶ ଦେଶରେ ମନ ଦିଆନିଆ ସପ୍ତାହଟିକୁ ଆନନ୍ଦ ଉଲ୍ଲାସ ଭିତରେ ପାଳୁଛନ୍ତି ପ୍ରେମୀ ଯୁଗଳ । ଏହି ସପ୍ତାହଟିକୁ ଚାତକ ଭଳି ଅପେକ୍ଷା କରିଥାନ୍ତି କିଶୋର, କିଶୋରୀ, ତରୁଣ, ତରୁଣୀ, ଯୁବକ ଓ ଯୁବତୀ । କୁହାଯାଏ, ଷଷ୍ଠ ଶତାବ୍ଦୀରୁ ଏହି ଦିବସଟିକୁ ପାଳନ କରି ଆସୁଛନ୍ତି ଖ୍ରୀଷ୍ଟିଆନ ସଂପ୍ରଦାୟ । ବଡ଼ ବିଚିତ୍ର ଦିବସ ଇଏ ଯାହାକୁ ପାଳନ କରିବା ପାଇଁ ଯୁବବର୍ଗ ମତୁଆଲା । ଭାଲେଂଟାଇନ୍‌ ଡେ’ (ଫେବୃଆରୀ ୧୪) ସାତଦିନ ପୂର୍ବରୁ ଆରମ୍ଭ ହୋଇଯାଏ ଫୁଲ ଦିଆନିଆ ପର୍ବ ।
ଏଥର ଯୁବବର୍ଗ ମନକୁ ଆନ୍ଦୋଳିତ କରୁନି ତୁର୍କୀ-ସିରିୟାର ଭୂକମ୍ପ ତାଣ୍ଡବ । ଯାହା ନିଷ୍ଠୁର ସତ୍ୟ; ତାକୁ କେହି ଏଡ଼ାଇ ପାରିବେ ନାହିଁ । ଯେତେଦିନ ଦୁନିଆରେ ରହିଛୁ; ସେତେଦିନ ହସଖୁସି ଭିତରେ ରହିବୁ ।

ପ୍ରାକୃତିକ ବିପର୍ଯ୍ୟୟ ଆସିବ, କିଛି ଲୋକଙ୍କୁ ନେଇଯିବ । କିଛି ଲୋକଙ୍କୁ ଦହଗଞ୍ଜ କରିବ । କିଛି ପିଲାଙ୍କୁ ଅନାଥ କରି ଛାଡ଼ିଦେବ । କିଛି ପରିବାରକୁ ବାସହରା, ବେସହାରା କରିଦେବ । କିଛି ଲୋକଙ୍କୁ ଭିକାରୀ କରିଦେବ । ତଥାପି ତା’ରି ଭିତରେ ଆମକୁ ଭାଲେଂଟାଇନ୍‌ ପାଳନ କରିବାକୁ ହେବ ।

ଫେବୃଆରୀ ୭ ତାରିଖରେ ଗୋଲାପ ଯଚାଯଚି, ଫେବୃଆରୀ ୮ ତାରିଖରେ ମନ ଦିଆନିଆ, ଫେବୃଆରୀ ୯ ତାରିଖରେ ଚକୋଲେଟ୍‌ ଖିଆପିଆ, ଫେବୃଆରୀ ୧୦ ତାରିଖରେ ଟେଡି ଦେବାନେବା, ଫେବୃଆରୀ ୧୧ ତାରିଖରେ ସଂକଳ୍ପ କରାକରି, ଫେବୃଆରୀ ୧୨ ତାରିଖରେ କୋଳାକୋଳି, ଫେବୃଆରୀ ୧୩ ତାରିଖରେ ଚୁମାଚୁମି ଓ ୧୪ ତାରିଖରେ ଅମରତ୍ୱ ପ୍ରାପ୍ତି ।