ନଭେମ୍ବର ୧୬ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର(ଏସ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଆଜି ଅନଲକ୍-୬ର ଗାଇଡଲାଇନ୍ ଜାରି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସ୍କୁଲ ଆସିପାରିବେ । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୂଆ ଗାଇଡଲାଇନ୍ ଜାରି ହୋଇଛି ।

ନଭେମ୍ବର ୧୫ ଯାଏଁ ବନ୍ଦ ରହିବ ସିନେମା ହଲ୍‌ ଓ ସୁଇମିଂ ପୁଲ୍‌। ବାହାଘରରେ ସର୍ବାଧିକ ୨୦୦ ଲୋକ ଯୋଗ ଦେଇପାରିବେ। ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ। ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ବଡ଼ ଧରଣର ଧାର୍ମିକ କିମ୍ବା ରାଜନୈତିକ ସମାବେଶକୁ ବାରଣ କରାଯାଇଛି। ସେପଟେ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ କଟକଣା।

ତେବେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ ସ୍କୁଲ ଖୋଲିବା ନେଇ ଆମେ ପ୍ରସ୍ତୁତ ଥିଲୁ ଓ ରହିଛୁ । ଗାଇଡଲାଇନ୍ କଣ ହେବ, ତାହା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ବିଭାଗୀୟ ସଚିବଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । କେଉଁ ତାରିଖରୁ ସ୍କୁଲ ଖୋଲିବ, ତାହା ମଧ୍ୟ ଖୁବଶୀଘ୍ର ଘୋଷଣା ହେବ । ଏନେଇ ଏସଆରସିଙ୍କୁ ମଧ୍ୟ ପ୍ରସ୍ତାବ ପଠାଯାଇଛି ।’