୧୨ ଫେବୃଆରୀରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀର ବର୍ଷବ୍ୟାପୀ ପାଳନକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଦୃଢ଼ ନେତୃତ୍ବ ପ୍ରଦାନ କରିଛନ୍ତି….

ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଫେବୃଆରୀ, ୨୦୨୩ ଦିନ ୧୧ ଟା ସମୟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀର ବର୍ଷ ବ୍ୟାପୀ ପାଳନକୁ ଉଦ୍‌ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ।

ମହର୍ଷି ଦୟାନନ୍ଦ ସରସ୍ୱତୀ, ୧୨ ଫେବୃଆରୀ, ୧୮୨୪ ରେ ଜନ୍ମଗ୍ରହଣ କରିଥିଲେ, ଜଣେ ସମାଜ ସଂସ୍କାରକ ଯିଏକି ୧୮୭୫ ମସିହାରେ ସାମାଜିକ ଭେଦଭାବକୁ ଦୂର କରିବା ପାଇଁ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ। ସମାଜ ସଂସ୍କାର ଏବଂ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଦେଶର ସାଂସ୍କୃତିକ ତଥା ସାମାଜିକ ସଚେତନତା କ୍ଷେତ୍ରରେ ଆର୍ଯ୍ୟ ସମାଜ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ସମାଜ ସଂସ୍କାରକ ତଥା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ, ବିଶେଷକରି ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ସର୍ବଭାରୀତୟ ସ୍ତରରେ ସ୍ବୀକୃତି ପ୍ରଦାନ କରାଯାଇ ନାହିଁ। ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀକୁ ଜନଜାତିୟ ଗୌରବ ଦିବସ ବୋଲି ଘୋଷଣା କରିବା ଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଦୃଢ଼ ନେତୃତ୍ବ ପ୍ରଦାନ କରିଛନ୍ତି।