ଭୁବନେଶ୍ୱର (ଏସ ନ୍ୟୁଜ): ଆଜି କୁମାର ପୂର୍ଣ୍ଣିମା। ଆଉ ଏଥିପାଇଁ ଚଳଚଞ୍ଚଳ ହାଇଉଠିଛି ଗାଁରୁ ସହର। କରୋନା କଟକଣା ପାଇଁ ଯଦିଓ ବି ପୂଜା ଫିକା ପଡିଯାଇଛି । କିନ୍ତୁ କୁଆଁରୀ ଝିଅ ମାନେ ବଢି ସକାଳୁ ଉଠି ଶୁଦ୍ଧପୂତ ହୋଇ ସୂର୍ଯ୍ୟଙ୍କ ଉଦେଶ୍ୟରେ ଧାନ ଲଗା ଖଇ ବା ଲିଆକୁ ଅର୍ପଣ କରିଛନ୍ତି। ନଡ଼ିଆ, କଦଳୀ ,ଆଖୁ, ଜହ୍ନି ସହ ସାତ ଆଞ୍ଜୁଳାର ଆଞ୍ଜୁଳି ଦେଇ ପରମ୍ପରା ମୁତାବିକ କୁମାର ପୂର୍ଣ୍ଣିମା ମନାଇଛନ୍ତି କୁଆଁରୀ ଝିଅମାନେ । ଏହି ଖାଇକୁ ଛେନା କଦଳୀ ଓ ନଡ଼ିଆ ମିଶାଇ ରକ ମିଶ୍ରଣ ପ୍ରସ୍ତୁତ କରି ସନ୍ଧ୍ୟାରେ ଚନ୍ଦ୍ରର ଆକାର ଦେଇ ଚଉଁରା ମୂଳେ ପୂଜାକରିଥାନ୍ତି କୁଆଁରୀ ଝିଅ ।

ତେବେ ମହାଦେବ ଶିବଙ୍କ ପୁତ୍ର କୁମାର କାର୍ତ୍ତିକେୟଙ୍କ ପୂଜା ସହିତ କୁମାର ପୂର୍ଣ୍ଣିମା ପୂଜା ସାମଞ୍ଜସ୍ୟ ରହିଥିବା ପୁରାଣରେ ବର୍ଣ୍ଣିତ ରହିଛି । ତେଣୁ ସୁନ୍ଦର ବରପ୍ରାପ୍ତି ପାଇଁ କନ୍ୟାମାନେ ଏହି ପୂଜା କରିଥାନ୍ତି ବଳି ବିଶ୍ୱାସ ରହିଛି । ଏହିପାଇଁ ପାହାନ୍ତାରେ ଚାନ୍ଦକୁ ଆଞ୍ଜୁଳି ଟେକି ଏବଂ ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ରକୁ ବନ୍ଦାଣ କରିଥାନ୍ତି କୁମାରୀ କନ୍ୟା। ଏଥିପାଇଁ ନୂଆ ଝିଅମାନେ ନୂଆ ବସ୍ତ୍ର ପିନ୍ଧିବା ସହ ସବୁ ଝିଅମିଳି ବେଶ ଖୁସି ମନାଇଥାନ୍ତି । ଏହାସହ ସଂଧ୍ୟାରେ କୁଆଁର ପୂନେଇଁ ଜହ୍ନ… ଗୋ ଫୁଲ ବଉଳବେଣୀ …ସଙ୍ଗୀତ କୁମାରୀମନେଗୀ ପୁଚି ଖେଳିଥାନ୍ତି।
ଅପରପକ୍ଷେ ମହାଲକ୍ଷ୍ମୀଙ୍କ ପୂଜା ଆଜିଠାରୁ ଆରମ୍ଭ ହୋଇଥାଏ ।କଟକଣା ଯୋଗୁ ଚଳିତ ବର୍ଷ ନିରାଡ଼ମ୍ବରରେ କାମ ଲୋକରେ ଏହି ପୂଜା ପାଳନ କରାଯାଉଛି।