କୃଷି ଏବଂ ଏହାର ସଂପୃକ୍ତ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଚିଲି ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ …

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କୃଷି ଏବଂ ସମ୍ପୃକ୍ତ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାର ଏବଂ ଚିଲି ରିପବ୍ଲିକ୍ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରକୁ ମଞ୍ଜୁରିସ ପ୍ରଦାନ କରିଛନ୍ତି।

କୃଷି ଏବଂ ଏହାର ସଂପୃକ୍ତ କ୍ଷେତ୍ରରେ ସହଯୋଗ ପାଇଁ ଏମଓୟୁ ପ୍ରସ୍ତୁତ କରାଯାଇଛି। ସହଯୋଗର ମୁଖ୍ୟ କ୍ଷେତ୍ରଗୁଡିକ ହେଉଛି ଆଧୁନିକ କୃଷିର ବିକାଶ ପାଇଁ କୃଷି ନୀତି, ଜୈବ ଉତ୍ପାଦସର ଦ୍ୱିପାକ୍ଷିକ ବାଣିଜ୍ୟକୁ ସୁଗମ କରିବା ପାଇଁ ଜୈବ କୃଷି, ଏବଂ ଉଭୟ ଦେଶରେ ଜୈବ ଉତ୍ପାଦନ, ବିଜ୍ଞାନ ଏବଂ ନବସୃଜନରେ ସହଭାଗିତା ଅନୁସନ୍ଧାନ ପାଇଁ ନୀତି ବିନିମୟକୁ ପ୍ରୋତ୍ସାହିତ କରିବ । ଭାରତୀୟ ଅନୁଷ୍ଠାନ ଏବଂ ଚିଲି ପ୍ରତିଷ୍ଠାନ ମଧ୍ୟରେ କୃଷି କ୍ଷେତ୍ରରେ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ସହିତ ସାଧାରଣ ଆହ୍ବାନର ମୁକାବିଲା ପାଇଁ ଏହା ସହାୟତା କରିବ।

ଏମଓୟୁ ଅଧୀନରେ ଏକ ଚିଲି-ଭାରତ କୃଷି କାର୍ଯ୍ୟ ଗୋଷ୍ଠୀ ଗଠନ ହେବ ଯାହା ଏହି ଏମଓୟୁ କାର୍ଯ୍ୟକାରୀ ହେବାର ତଦାରଖ, ସମୀକ୍ଷା ଏବଂ ମୂଲ୍ୟାଙ୍କନ ତଥା ନିୟମିତ ଯୋଗାଯୋଗ ଏବଂ ସମନ୍ୱୟ ପ୍ରତିଷ୍ଠା ପାଇଁ ଦାୟୀ ରହିବ।

ଚିଲି ଏବଂ ଭାରତରେ ବିକଳ୍ପ ଭାବରେ ବର୍ଷକୁ ଥରେ କୃଷି କାର୍ଯ୍ୟ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହେବ। ଏମଓୟୁ ଏହାର ସ୍ବାକ୍ଷର ତାରିଖ ଠାରୁ କାର୍ଯ୍ୟକାରୀ ହେବ ଏବଂ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ, ଯାହା ପରେ ଏହା ସ୍ୱୟଂଚାଳିତ ଭାବରେ ପୁନଃ 5 ବର୍ଷ ପାଇଁ ନବୀକରଣ ହେବ।