ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ(ଆଇପିଏଲ)ର ୧୬ ତମ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଇପିଏଲ ଲିଗର ୧୬ତମ ସଂସ୍କରଣର ପ୍ରଥମ ମ୍ୟାଚ ୩୧ ମାର୍ଚ୍ଚରୁ ଆରମ୍ଭ କରାଯିବ। ମାର୍ଚ୍ଚ ୩୧ରୁ ମେ’ ୨୮ ପର୍ଯ୍ୟନ୍ତ ଆଇପିଏଲ-୨୦୨୩ ଖେଳାଯିବ। ଆଇପିଏଲ୍ ୨୦୨୩ର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଅହମ୍ମଦାବାଦରେ ଉଦଘାଟନୀ ମ୍ୟାଚ ସହ ଫାଇନାଲ ଖେଳାଯିବ।
୧୨ଟି ସହରରେ ଖେଳାଯିବ ଆଇପିଏଲ-୨୦୨୩ର ସମସ୍ତ ମ୍ୟାଚ। ଘରୋଇ ଓ ବାହାର ପିଚରେ ୭ଟି ଲେଖାଏଁ ମ୍ୟାଚ ଖେଳିବେ ଫ୍ରାଞ୍ଚାଇଜ। ଆଇପିଏଲ ମ୍ୟାଚ ପ୍ରତ୍ୟହ ଦିନ ମ୍ୟାଚ ଅପରାହ୍ଣ ୩.୩୦ ଏବଂ ରାତି ମ୍ୟାଚ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।