ଜ୍ୟୋତିଷ କହିଲେ, ଦୁଇ ଆଇଏଏସ୍‌ ଅନନ୍ୟା-ଚଂଚଳଙ୍କ ବିବାହ ଅସମ୍ଭବ

ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା …

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା ବୈବାହିକ ସୂତ୍ରରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୁଇ ଆଇଏଏସ୍‌ ଅଧିକାରୀଙ୍କ ନିର୍ବନ୍ଧ ଅତ୍ୟନ୍ତ ସରଳ ଓ ନିରାଡମ୍ବର ଭାବେ ସଂପନ୍ନ ହୋଇଛି ବୋଲି କିଛି ଖବରକାଗଜ ଉଲ୍ଲେଖ କରିଛନ୍ତି । ଉଭୟ ଅନନ୍ୟା ଓ ଚଂଚଳଙ୍କର ଏହା ଦ୍ୱିତୀୟ ବିବାହ ହୋଇଥିଲା ବେଳେ ଉଭୟଙ୍କର ପ୍ରଥମ ଜୀବନସାଥୀ ମଧ୍ୟ ଓଡ଼ିଶାର ଦୁଇଟି ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱ ତୁଲାଉଛନ୍ତି । ଅନନ୍ୟାଙ୍କର ପ୍ରଥମ ଜୀବନସାଥୀ ହେଉଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ୍‌ ଏମ୍‌ ଅଖତର ।

ମତଭେଦ କାରଣରୁ ଦୁହେଁ ପରସ୍ପରଠାରୁ ଆଇନଗତ ଭାବେ ଅଲଗା ହୋଇଥିଲେ । ସେହିପରି ଚଂଚଳ ମଧ୍ୟ ତାଙ୍କର ପ୍ରଥମ ଜୀବନସାଥୀ ଭାବେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂହଙ୍କୁ ଗ୍ରହଣ କରିଥିଲେ । ମାତ୍ର କୌଣସି କାରଣରୁ ଦୁହିଁଙ୍କ ଭିତରେ ଛାଡ଼ପତ୍ର ହୋଇଥିଲା ।

ଅନନ୍ୟା ଓ ଚଂଚଳଙ୍କର ମିଳିତ ଫଟୋ ଟ୍ୱିଟରରେ ପ୍ରସାରିତ ହୋଇଛି । ଅତ୍ୟନ୍ତ ଗୋପନୀୟତାର ସହିତ ନିର୍ବନ୍ଧ ସରିଛି ବୋଲି ଉଭୟଙ୍କ ପରିବାର ସ୍ୱୀକାର କରିଛନ୍ତି । ଦୁଇ ଆଇଏଏସ୍‌ ସେମାନଙ୍କ ଟ୍ୱିଟର ଆକାଉଂଟରେ ମିଳିତ ଫଟୋ ପ୍ରସାରଣ କରିନାହାନ୍ତି । କିନ୍ତୁ ଅନ୍ୟ କେତୋଟି ଟ୍ୱିଟର ଆକାଉଂଟରେ ଅନନ୍ୟା-ଚଂଚଳଙ୍କ ମିଳିତ ଫଟୋ ପ୍ରସାରିତ ହୋଇଛି ।
ଦୁଇ ପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ଫଟୋକୁ ଟ୍ୱିଟରରେ ସେୟାର କରିଥିବା ବନ୍ଧୁଜଣକ ନିଶ୍ଚିତ ରୂପେ ଉଭୟଙ୍କ ଅନୁମତି ନେଇଥିବେ । ତେବେ ଉଭୟଙ୍କ ନିର୍ବନ୍ଧ ସଂପର୍କୀତ ତଥ୍ୟ ଆଉ ଗୋପନୀୟ ହୋଇ ରହିଲା କୋଉଠୁ? ଦୁହେଁ ଆସନ୍ତା ତିନିମାସ ଭିତରେ ବିବାହ କରିବାର କଥା ଶୁଣିବାକୁ ମିଳୁଛି । ମାତ୍ର ଜଣେ ଜ୍ୟୋତିର୍ବିଦ ଭବିଷ୍ୟବାଣୀ କରିଛନ୍ତି ଯେ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଗଲା ମାତ୍ର ବିବାହ ହୋଇପାରିବନି । ସଂପୃକ୍ତ ଜ୍ୟୋତିଷ ମହାଶୟ ଉଭୟ ଚଂଚଳ ଓ ଅନନ୍ୟାଙ୍କର ଫେସ୍‌ ରିଡିଙ୍ଗ (ମୁଖମଣ୍ଡଳ ଅଧ୍ୟୟନ) କରି ଏପରି ଭବିଷ୍ୟବାଣୀ କରିଛନ୍ତି ।