କେନ୍ଦ୍ର ଓଏମ୍ଏସ୍ଏସ୍ (ଘ) ୨୦୨୩ ଅଧୀନରେ ୫୦ ଏଲ୍ଏମ୍ଟି ଗହମ ଖାଲି କରିବା ପାଇଁ ଘୋଷଣା କରିଛି
ପୂର୍ବ ବର୍ଷ ପରି ଭାରତୀୟ ଖାଦ୍ୟ ନିଗମ ….
ଆରକ୍ଷିତ ମୂଲ୍ୟ ହ୍ରାସ ସହିତ ୨୦ ଏଲ୍ଏମ୍ଟି ଗହମକୁ ଅତିରିକ୍ତ ଖାଲି କରାଯିବା ଗହମ ଏବଂ ଗହମ ଉତ୍ପାଦ ଗୁଡିକର ବଜାର ମୂଲ୍ୟ ହ୍ରାସ କରିବାରେ ସାମୂହିକ ଭାବରେ ଗ୍ରାହକମାନଙ୍କ ପାଇଁ ସାହାଯ୍ୟ କରିବ ।
ସଚିବ, ଡିଏଫପିଡି ୨୧.୦୩.୨୦୨୩ ରେ ଭାରତୀୟ ଖାଦ୍ୟ ନିଗମ ଏବଂ ଅଟା ମିଲର ସମୂହ / ସଂଗଠନ / ସଂଘ / ଅଟା, ସୁଜି ଉତ୍ପାଦ ପ୍ରସ୍ତୁତକାରୀଙ୍କ ପ୍ରତିନିଧି ମାନଙ୍କ ସହ ଏକ ଭିଡିଓ କନଫରେନ୍ସ ବୈଠକ କରି ଓଏମ୍ଏସ୍ଏସ୍ (ଘ) ୨୦୨୩ ଅଧୀନରେ ଚାଲିଥିବା ଦ୍ୱିତୀୟ ନିଲାମରେ ଷ୍ଟକ୍ ଉଠାଇବା ଉପରେ ସମୀକ୍ଷା କରିଥିଲେ । ଏହା ବ୍ୟତୀତ ଅଟା ମିଲଗୁଡିକ ଗହମର ବଜାର ମୂଲ୍ୟ ହ୍ରାସ ସହିତ ଅଟା ଏବଂ ଅନ୍ୟାନ୍ୟ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବାକୁ ପରାମର୍ଶ ଦିଆ ଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ କମିଟିର ବୈଠକ ୨୫.୦୧.୨୦୨୩ରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ସମୀକ୍ଷା କରିବା ପାଇଁ ଅନୁଷ୍ଠିତ ହୋଇଥିଲା । କମିଟି ନିମ୍ନଲିଖିତ ଭାବରେ ମୁକ୍ତ ବଜାର ବିକ୍ରୟ ଯୋଜନା (ଓଏମ୍ଏସ୍ଏସ୍) ମାଧ୍ୟମରେ ଏଫ୍ସିଆଇ ଗଚ୍ଛିତ ପରିମାଣରୁ ୩୦ ଏଲ୍ଏମ୍ଟି ଗହମ ନିଷ୍କାସନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି :
କ) ଏଫ୍ସିଆଇ ଦ୍ୱାରା ଅନୁସରଣ କରାଯାଉଥିବା ସାଧାରଣ ପ୍ରକ୍ରିୟା ଅନୁଯାୟୀ ବ୍ୟବସାୟୀ, ଅଟା ମିଲ୍ ଇତ୍ୟାଦିଙ୍କୁ ଇ – ନିଲାମ ମାର୍ଗ ମାଧ୍ୟମରେ ୨୫ ଏଲ୍ଏମ୍ଟି ପ୍ରଦାନ କରାଯିବ । ନିଲାମ ନେବା ପାଇଁ ଆଗ୍ରହୀ ବ୍ୟକ୍ତି / ସଂସ୍ଥାମାନେ ନିଲାମରେ ପ୍ରତି ଅଞ୍ଚଳରେ ସର୍ବାଧିକ ୩୦୦୦ ମେଟ୍ରିକ୍ ଟନ୍ ପରିମାଣ ଗହମ ପାଇଁ ଇ – ନିଲାମରେ ଅଂଶଗ୍ରହଣ କରି ପାରିବେ ।
ଖ) ଇ – ନିଲାମ ବିନା ରାଜ୍ୟ ସରକାର ମାନଙ୍କୁ ସେମାନଙ୍କର ଯୋଜନା ଗୁଡିକ ପାଇଁ ୧୦,୦୦୦ ମେଟ୍ରିକ୍ ଟନ୍ ହିସାବରେ / ରାଜ୍ୟ ହାରରେ ୨ ଏଲ୍ଏମ୍ଟି ଲେଖାଏଁ ପ୍ରଦାନ କରାଯିବ ।
ଗ) ଇ – ନିଲାମ ବିନା ସରକାରୀ ପିଏସ୍ୟୁ / ସମବାୟ ସମିତି / ସଂଘ ଯେପରିକି କେନ୍ଦ୍ରୀୟ ଭଣ୍ଡାର / ଏନ୍ସିସିଏଫ୍ / ନାଫେଡ୍ ଇତ୍ୟାଦିକୁ ୩ ଏଲ୍ଏମ୍ଟି ଗହମ ପ୍ରଦାନ କରାଯିବ ।
ପରବର୍ତ୍ତୀ ସମୟରେ, ଏହି ବିଭାଗ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କେନ୍ଦ୍ରୀୟ ଭଣ୍ଡାର / ନାଫେଡ୍ / ଏନ୍ସିସିଏଫ୍କୁ ସେମାନଙ୍କର ଚାହିଦା ଅନୁସାରେ ୩ ଏଲ୍ଏମ୍ଟି ଗହମ ଆବଣ୍ଟନ କରିଥିଲା । କେନ୍ଦ୍ରୀୟ ଭଣ୍ଡାର, ନାଫେଡ୍ ଏବଂ ଏନ୍ସିସିଏଫ୍କୁ ଯଥାକ୍ରମେ ୧.୩୨ ଏଲ୍ଏମ୍ଟି, ୧ ଏଲ୍ଏମ୍ଟି ଏବଂ ୦.୬୮ ଏଲ୍ଏମ୍ଟି ଗହମ ଆବଂଟିତ କରା ଯାଇଥିଲା ।
ଆହୁରି ମଧ୍ୟ, ଏନ୍ସିସିଏଫ୍ / ନାଫେଡ୍ / କେନ୍ଦ୍ରୀୟ ଭଣ୍ଡାର / ରାଜ୍ୟ ସରକାରଙ୍କୁ ବିକ୍ରୟ ପାଇଁ ୧୦.୦୨.୨୦୨୩ ରେ ଗହମର ଦର ୨୩.୫୦ ଟଙ୍କା ପ୍ରତି କିଲୋଗ୍ରାମରୁ ୨୧.୫୦ ଟଙ୍କାକୁ (ସର୍ବ ଭାରତୀୟ ସ୍ତରରେ) ହ୍ରାସ କରାଯାଇଛି । ସମବାୟ ସମିତି / ସଂଘ ଇତ୍ୟାଦି ସହିତ ସାମୁଦାୟିକ ରୋଷେଇ ଗୃହ / ଚାରିଟେବୁଲ୍ / ଏନଜିଓ ଇତ୍ୟାଦି ଏହି ସର୍ତ୍ତ ଅନୁଯାୟୀ ଗହମକୁ ଅଟାକୁ ରୂପାନ୍ତରିତ କରିବେ ଏବଂ ଏହାକୁ ଗ୍ରାହକ ମାନଙ୍କୁ କିଲୋଗ୍ରାମ୍ ପିଛା ୨୭.୫୦ ଟଙ୍କା ଦରରେ ବିକ୍ରୟ କରିବେ ।
ଆହୁରି ମଧ୍ୟ, ଗହମ ଏବଂ ଅଟା ମୂଲ୍ୟ ହ୍ରାସ କରିବାକୁ ଖାଦ୍ୟ ଏବଂ ପିଡି ବିଭାଗ ଅର୍ଥ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ୧୦.୦୨.୨୦୨୩ରେ ନିଷ୍ପତ୍ତି ନେଇଛନ୍ତି ଯେ :
କ) ଓଏମ୍ଏସ୍ଏସ୍ ଅଧୀନରେ ଗହମ ବିକ୍ରୟ ପାଇଁ ଆରକ୍ଷିତ ମୂଲ୍ୟ ଏଫ୍ଏକ୍ୟୁ ପାଇଁ ୨୩୫୦ ଟଙ୍କା / କ୍ୱିଂଟାଲ୍ (ସର୍ବ ଭାରତୀୟ ସ୍ତରରେ) ଏବଂ ଆରଏମ୍ଏସ୍ ୨୦୨୩ – ୨୪ ସମେତ ସମସ୍ତ ଫସଲର ୟୁଆର୍ଏସ୍ ଗହମ ପାଇଁ ୨୩୦୦ ଟଙ୍କା / କ୍ୱିଂଟାଲ୍ (ସର୍ବ ଭାରତୀୟ ସ୍ତରରେ) ହେବ , ଯେଉଁଥିରେ କୌଣସି ପ୍ରକାରର ପରିବହନ ମୂଲ୍ୟ ଉପାଦାନ ଯୋଗ ହେବ ନାହିଁ, ଯାହା ଦେଶର ବିଭିନ୍ନ ଅଂଚଳରେ ସାଧାରଣ ଜନତାଙ୍କୁ ଗହମ ଯୋଗାଣରେ ସାହାଯ୍ୟ କରିବ ।
ଖ) ଇ – ନିଲାମରେ ଅଂଶଗ୍ରହଣ ନକରି ରାଜ୍ୟ ଗୁଡିକୁ ନିଜସ୍ୱ ଯୋଜନା ଗୁଡିକ ପାଇଁ ଏଫ୍ସିଆଇରୁ ଗହମ କ୍ରୟ କରିବାକୁ ଅନୁମତି ଦିଆ ଯାଇପାରେ ।
ଓଏମ୍ଏସ୍ଏସ୍ (ଘ) ନୀତି ୨୦୨୩ ଘୋଷଣା ହେବା ପରେ, ବିଭାଗ ଦେଖିଲା ଯେ ଗହମ ଏବଂ ଅଟା ମୂଲ୍ୟ ହ୍ରାସ ପାଇଛି କିନ୍ତୁ ଜାନୁୟାରୀ ୨୦୨୩ ପାଇଁ ମୁଦ୍ରାସ୍ଫୀତି ସଂଖ୍ୟା ୩ ମାସରେ ଅଧିକ ସ୍ତର ୬.୫୨% ରହିଥିଲା । ଖାଦ୍ୟ ଅର୍ଥନୀତିରେ ମୁଦ୍ରାସ୍ଫୀତି ଧାରାକୁ ରୋକିବା ପାଇଁ ବିଭାଗ ୧୭.୦୨.୨୦୨୩ ରେ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଗହମ (ଏଫ୍ଏକ୍ୟୁ) ପାଇଁ ଆରକ୍ଷିତ ମୂଲ୍ୟକୁ ୨୧୫୦ ଟଙ୍କା / କ୍ୱିଂଟାଲ ପିଛା (ସର୍ବ ଭାରତୀୟ ସ୍ତରରେ) କୁ ଆହୁରି ହ୍ରାସ କରିବାକୁ ନିଷ୍ପତ୍ତି ନେଲା ଏବଂ ଆର୍ଏମ୍ଏସ୍ ୨୦୨୩- ୨୪ସହିତ ଘରୋଇ ପକ୍ଷ ତଥା ରାଜ୍ୟ ସରକାରଙ୍କୁ ସେମାନଙ୍କର ନିଜ ଯୋଜନା ପାଇଁ ସମସ୍ତ ଫସଲର ଗହମ (ୟୁଆର୍ଏସ୍) ପାଇଁ ୨୧୨୫ ଟଙ୍କା କ୍ୱିଂଟାଲ୍ ପିଛା ଗହମ ବିକ୍ରୟ କରିବାକୁ ଧାର୍ଯ୍ୟ କଲା ।