ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ….

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସମସ୍ତଙ୍କୁ ବିଶେଷ କରି ଯୁବପୀଢିଙ୍କୁ ଆହ୍ୱାନ ଜଣାଇଛନ୍ତି । ପର୍ଯ୍ୟଟନ ମନ୍ତ୍ରଣାଳୟ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତା ଆରମ୍ଭ କରୁଛନ୍ତି ।

ସ୍ଥାନୀୟ କଳା, ସଂସ୍କୃତି ଓ ଜୀବନଶୈଳୀକୁ ସଂରକ୍ଷିତ ଏବଂ ପ୍ରୋତ୍ସାହିତ କରୁଥିବା ଗାଁଗୁଡିକୁ ସମ୍ମାନିତ କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ।

ପର୍ଯ୍ୟଟନ ମନ୍ତ୍ରଣାଳୟର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଭାରତର ବ୍ୟାପକ ପର୍ଯ୍ୟଟନ କ୍ଷମତାକୁ ପ୍ରଦର୍ଶିତ କରିବା ପାଇଁ ଏହି ନିଆରା ପ୍ରୟାସରେ ଭାଗ ନେବାକୁ ମୁଁ ସମସ୍ତଙ୍କୁ ବିଶେଷ କରି ଯୁବପୀଢିଙ୍କୁ ଆହ୍ୱାନ ଜଣାଉଛି ।

https://www.rural.tourism.gov.in/best-rural-village-competition.html

 

SR