ସାଂସଦ ରତ୍ନ ପୁରସ୍କାର ପାଇବାକୁ ଯାଉଥିବା ସହକର୍ମୀ ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ସମୃଦ୍ଧ ଜ୍ଞାନ ସହିତ ସଂସଦୀୟ ବ୍ୟବସ୍ଥାକୁ ସମୃଦ୍ଧ କରି ରଖନ୍ତୁ….
ଭୁବେନେଶ୍ଵର,ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂସଦ ସହକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି, ଯେଉଁମାନେ ସାଂସଦ ରତ୍ନ ପୁରସ୍କାର ୨୦୨୩ ପାଇବେ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲାଦ ଯୋଶୀଙ୍କ ଏକ ଟୁଇଟ୍ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ସାଂସଦ ସହକର୍ମୀଙ୍କୁ ଅଭିନନ୍ଦନ, ଯେଉଁମାନେ ସାଂସଦ ରତ୍ନ ପୁରସ୍କାର ପାଇବେ । ସେମାନେ ସେମାନଙ୍କର ସମୃଦ୍ଧ ଜ୍ଞାନ ସହିତ ସଂସଦୀୟ ବ୍ୟବସ୍ଥାକୁ ସମୃଦ୍ଧ କରି ରଖନ୍ତୁ ।”