ଘରେ ଲୋକଙ୍କୁ ଜୈବିକ ଚାଷ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରେ ଜୈବିକ ଚାଷ …

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରେ ଜୈବିକ ଚାଷ ପାଇଁ ଲୋକଙ୍କୁ କହିଛନ୍ତି । ସେ ରାଜ୍ୟସଭା ସାଂସଦ ସଂଗୀତା ଯାଦବ ମୌର୍ଯ୍ୟଙ୍କ ଏକ ଟୁଇଟ୍‍ ଉପରେ ପ୍ରତିକ୍ରିୟା ଦେଇଥିଲେ ଯେଉଁଥିରେ ରାଜ୍ୟସଭା ସାଂସଦ ଘରର ଛାତ ଉପରେ ବିଭିନ୍ନ ପ୍ରକାରର ପନିପରିବା ଫଳାଇଥିବା ଦେଖାଉଥିଲେ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ବହୁତ ବଢିଆ! ପ୍ରକୃତି ସହ ଯୋଡିହେବା ସହିତ ସୁସ୍ଥ ଖାଦ୍ୟ ବି … ବାକି ଲୋକମାନେ ମଧ୍ୟ ନିଜ ଘରେ ଏହାକୁ ଗ୍ରହଣ କରିପାରିବେ ।”