୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ , କେଉଁଠି ହେବ କେତେ ବ୍ୟୟ?

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ …

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଏଥର ବଜେଟର ବ୍ୟୟ ଅଟକଳ ରହିଛି ୨ ଲକ୍ଷ ୩୦ ହଜାର କୋଟି । ଯାହାକୁ କି ବିଭିନ୍ନ ଯୋଜନା ଆଉ ବିଭାଗ ପାଇଁ ବାଣ୍ଟିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଆସନ୍ତୁ, ଜାଣିବା ଏହି ବଜେଟ୍ ଅର୍ଥର ଉତ୍ସ କେଉଁଠୁ?

ବଜେଟ୍ ବ୍ୟୟ ଅଟକଳ ପାଇଁ ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୮୪ ହଜାର ୫ ଶହ କୋଟି ଟଙ୍କା ମିଳିବ । ତା ସହିତ ଅନ୍ୟାନ୍ୟ ବାବଦକୁ ମିଳିବାକୁ ଥିବା ୪୫ ହଜାର ୫୦୦ କୋଟି ଟଙ୍କାରୁ ଏହା ଭରଣା କରାଯିବ । ୨୦୨୩-୨୪ ଆର୍ଥିକ ବର୍ଷରେ ଆକଳିତ ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରେ କେନ୍ଦ୍ରୀୟ ଟିକରେ ରାଜ୍ୟର ଅଂଶ ଭାବେ ୪୬,୨୫୧ କୋଟି ଟଙ୍କା, ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱ ୫୩ ହଜାର କୋଟି ଟଙ୍କା, ନିଜସ୍ୱ ଅଣଟିକସ ରାଜସ୍ୱ ୫୨ ହଜାର ୫ ଶହ କୋଟି ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ବାବଦକୁ ୩୨ ହଜାର ୭୪୯ କୋଟି ଟଙ୍କା ଅନ୍ତର୍ଭୁକ୍ତ ।