ଆଖିତଳ କଳାଦାଗ ପଡୁଥିଲେ ଆପଣାନ୍ତୁ ଏହି ଟିପ୍ସ

ତ୍ୱଚାରେ ବିଭିନ୍ନ କାରଣ ଯେପରି ଚିନ୍ତା…

ବାଦାମ ତେଲର ବ୍ୟବହାର କେଶ ଓ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ବ୍ୟବହାର କରାଯାଏ । ଏହା ଖୁବ ହିତକାରକ । କେଶ ଓ ତ୍ୱଚା ଉଭୟ ପାଇଁ ଏହା ଏକ ଉତ୍ତମ ମଶ୍ଚରାଇଜର ଭଳି କାମ କରିଥାଏ ।  ତେଲର ବ୍ୟବହାର ତ୍ୱଚାରେ ଥିବା ବିଭିନ୍ନ ଦାଗ ଦୂର ପାଇଁ ମଧ୍ୟ କରାଯାଏ । ବାଦାମ ତେଲରେ ଭିଟାମିନ୍‍ ଇ ଭରପୁର ମାତ୍ରାରେ ରହିଛି ।

ତ୍ୱଚା ପାଇଁ ଏହା ଖୁବ୍‍ ଉପକାରୀ । ତ୍ୱଚାର ଚମକ ବୃଦ୍ଧି କରିଥାଏ । ବାଦାମ ତେଲ ଆଖିତଳର କଳାଦାଗ ଦୂର କରିବାରେ ଖୁବ୍‍ ପ୍ରଭାବଶାଳୀ । ତ୍ୱଚାରେ ବିଭିନ୍ନ କାରଣ ଯେପରି ଚିନ୍ତା, ବୟସ ଜନିତ ପ୍ରଭାବ, କୁଞ୍ଚନ, ଅନିଦ୍ରା ପାଇଁ ତ୍ୱଚା ସହ ଆଖିତଳ କଳାପଡିଥାଏ ।

ରାତିରେ ଶୋଇବା ପୂର୍ବରୁ ତ୍ୱଚାକୁ ଭଲ ଭାବେ ସଫା କରି ୨ ରୁ ୩ ବୁନ୍ଦା ବାଦାଲ ତେଲ ନେଇ ଏହାକୁ ଆଖି ତଳେ ହାଲକା ଭାବେ ମାଲିସ କରନ୍ତୁ । ସକାଳେ ଉଠିବା ପରେ ମୁହଁ ଭଲ ଭାବେ ଧୋଇ ଦିଅନ୍ତୁ । ସପ୍ତାହକୁ ୩ ରୁ ୪ ଥର ଏପରି ନିଶ୍ଚୟ କରନ୍ତୁ।