ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଏଏମ ଅହମଦୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଶ୍ରୀ ଏଏମ ଅହମଦୀ ଜୀଙ୍କ ବିୟୋଗରେ ଦୁଃଖିତ । ଜଣେ ଅଧିବକ୍ତା ଏବଂ ନ୍ୟାୟାଧୀଶ ଭାବେ ତାଙ୍କ କ୍ୟାରିୟର ବେଶ ନିଆରା ଥିଲା । ଆମ ନ୍ୟାୟପାଳିକାକୁ ଅଧିକ ପ୍ରଭାବଶାଳୀ କରିବାରେ ତାଙ୍କ ଅବଦାନ ଉଲ୍ଲେଖନୀୟ ଥିଲା । ତାଙ୍କ ପରିବାର ପ୍ରତି ସମବେଦନା । ତାଙ୍କ ଆତ୍ମାର ସଦଗତି ହେଉ ।”