ରାଜ୍ୟରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ପାଇବେ କରୋନା ଟିକା

ଭୁବନେଶ୍ୱର(ଏସ୍ ନ୍ଯୁଜ ): ରାଜ୍ୟରେ ପ୍ରାୟ ୩ ଲକ୍ଷ ୨ ହଜାର ୭୦୮ ସ୍ୱାସ୍ଥ୍ୟକର୍ମୀ ପାଇବେ କରୋନା ଟିକା ।କରୋନା ଟିକା ପାଇଁ ରାଜ୍ୟର ସ୍ୱାସ୍ଥ୍ୟକର୍ମୀଙ୍କ ଡାଟା ବେସ୍ ପ୍ରସ୍ତୁତ ହୋଇଛି ।

ଏନେଇ ୨ ଲକ୍ଷ ୯୫ ହଜାର ୩୪୯ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ମିଳିଛି । ରାଜ୍ୟରେ ୯୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ପ୍ରସ୍ତୁତ ହୋଇଯାଇଛି । ରାଜ୍ୟରେ ୩.୬୮୩ ସଂସ୍ଥାଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ମଗାଯାଇଛି । ୩ ହଜାର ୪୬୩ ସଂସ୍ଥା ସେମାନଙ୍କ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ଦେଇଛନ୍ତି । ୯୪ ପ୍ରତିଶତ ସଂସ୍ଥା ସେମାନଙ୍କ ଡାଟା ଦେଇସାରିଛନ୍ତି ।

ତେବେ ଟିକାକରଣ ଲାଗି କେନ୍ଦ୍ର ସରକାର ମାଗିଥିବା ଆଗଧାଡ଼ିର ‌କରୋନା ଯୋଦ୍ଧାଙ୍କ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରି ଏହି ତଥ୍ଯ ଦେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।