ଆସିଗଲା କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର

ମାର୍ଚ୍ଚ ୩୧ ତାରିଖରୁ ଆଇପିଏଲ ୨୦୨୩…

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୨୩ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେଉଛି ଆଇପିଏଲ ନୂତନ ସଂସ୍କରଣ । ୨୦୨୩ ମେ’ ୨୮ ତାରିଖରେ ଆଇପିଏଲ୍‌ ୨୦୨୩ର ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ । ଚଳିତ ସଂସ୍କରଣରେ ୧୦ଟି ଟିମ୍‌ ଅଂଶଗ୍ରହଣ କରୁଛନ୍ତି । ଗତ ଡିସେମ୍ବରରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ସରିଛି । ମୁମ୍ବାଇ, ପୁଣେ, ଅହମ୍ମଦାବାଦ ସମେତ ଦେଶର ଆହୁରି କେତେକ ରାଜ୍ୟରେ ଦୁଇ ଦଫା ଶୈଳୀରେ ମୁକାବିଲା ଅନୁଷ୍ଠିତ ହେବ ।

ପ୍ରତିବର୍ଷ ଭଳି ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌) କ୍ରିକେଟ୍‌ ପ୍ରେମୀଙ୍କୁ ଭରପୁର ମନୋରଂଜନ ଯୋଗାଇବ । ଆଇପିଏଲ୍‌ରେ ଭାଗ ନେଉଥିବା ୧୦ଟି ଦଳ ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍‌ସ, ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍‌ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ, ରାଜସ୍ଥାନ ରୟାଲ୍ସ, ପଞ୍ଜାବ କିଙ୍ଗ୍‌ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷେ୍ନø ସୁପର ଜାଏଂଟ୍‌ସ । ନିୟମ ଅନୁସାରେ ପ୍ରତି ଟିମକୁ ଅନ୍ୟ ଟିମ ସହିତ ଅତି କମ୍‌ରେ ଦୁଇଥର ଲଢ଼ିବାକୁ ପଡ଼ିବ ।

ସୂଚନା ମୁତାବକ ମାର୍ଚ୍ଚ ୩୧ ତାରିଖ ସନ୍ଧ୍ୟା ସାଢେ଼ ସାତଟା ସମୟରେ ଅହମ୍ମଦାବାଦରେ ଗତବର୍ଷର ଚାମ୍ପିଅନ୍‌ ଗୁଜରାଟ୍‌ ଟାଇଟନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍‌ସ । ଏପ୍ରିଲ ପହିଲା ଦିନ ସାଢେ଼ ତିନିଟାରେ ମୋହାଲିରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ କୋଲକାତା ନାଇଟ୍‌ ରାଇଡର୍ସ । ସେହିଦିନ ସନ୍ଧ୍ୟା ସାଢେ଼ ସାତଟାରେ ଲକ୍ଷେ୍ନøରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ଲଢେ଼ଇ ଲକ୍ଷେ୍ନø ସୁପର ଜାଏଂଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ଭିତରେ ହେବ ।