ଇକ୍ୱେଡର୍ ପ୍ରଳୟଙ୍କାରୀ ଭୂମିକମ୍ପ

ଅନେକ ଗାଡି ଓ ବାହାନ ଭଗ୍ନାବଶେଷ ତଳେ ଦବି ଯାଇଛି

ନୂଆଦିଲ୍ଲୀ: ତୁର୍କୀ ପରେ ପ୍ରଳୟଙ୍କାରୀ ଭୂମିକମ୍ପରେ ଥରିଲା ଇକ୍ୱେଡର୍। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଇକ୍ୱେଡର୍ ଗୁୟାସରେ ହୋଇଥିବା ଏହି ଭୂମିକମ୍ପ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। ବଡ଼ ବଡ଼ ବିଲ୍ଡିଂ ସବୁ ଭୁଶୁଡିପଡିଛି। ଭଙ୍ଗା କୋଠାତଳେ ଦବି ୧୨ ଜଣଙ୍କ ଜୀବନ ଯାଇଛି। ଇକ୍ୱେଡର୍ ଓ କୁଏନକା ଭଳି ସହର କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଡି ଓ ବାହାନ ଭଗ୍ନାବଶେଷ ତଳେ ଦବି ଯାଇଛି।