ସୁଖର ପ୍ରକାର- ସୁଖ ୩ ପ୍ରକାର – ସାତ୍ତ୍ୱିକ, ରାଜସିକ ଓ ତାମସିକ !
ସାତ୍ତ୍ୱିକ – ନିଜର ସୁଖ ଦୁଃଖର ବିଚାର ନ କରି ଅନ୍ୟକୁ ସୁଖ ଦେବା । ଅନ୍ୟକୁ ସୁଖ ଦେଲେ ନିଜର ସୁଖ କେବେ କମ ହୁଏ ନାହିଁ ବରଂ ବଢେ । ଏହା ହିଁ ଆତ୍ମସନ୍ତୋଷ । ଏହା ହିଁ ୧୦୦ ପ୍ରତିଶତ ସମ୍ପୂର୍ଣ୍ଣ ସୁଖ ।
ରାଜସିକ ସୁଖ – ଅନ୍ୟକୁ ସୁଖ ନ ଦେଇ କେବଳ ନିଜ ପାଇଁ ସୁଖ ପ୍ରାପ୍ତି କରିବା । ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ ଦ୍ୱାରା ମିଳୁଥିବା ସୁଖକୁ ରାଜସିକ ସୁଖ କୁହାଯାଏ । ଉଦାହରଣ ସ୍ୱରୂପ : ସ୍ୱାଦିଷ୍ଟ ଭୋଜନ ଖାଇବା । ଏହାଦ୍ୱାରା ତତ୍କାଳ ସୁଖ ବା ସନ୍ତୋଷ ମିଳେ କିନ୍ତୁ କାଳାନ୍ତରରେ ତାହା ଦୁଃଖରେ ପରିଣତ ହୁଏ । ଯେପରିକି ଅଧିକ ଖାଇବା ଫଳରେ ବଦହଜମି ହୋଇପାରେ , ଇଚ୍ଛିତ ପଦାର୍ଥ ଉପଲବ୍ଧ ନ ହୋଇପାରେ କିମ୍ବା ଦୋକାନ ବନ୍ଦ ହୋଇଥାଇପାରେ । ଏହିପରି ବାଧା ଆସିଲେ ମନରେ ଦୁଃଖ ହୁଏ ।
ବେଳେ ବେଳେ ସୁଖ ଆବଶ୍ୟକତାରେ ପରିଣତ ହୋଇଯାଏ ଯଥା ଗାଡିରେ ଯିବା ଆସିବା ସୁବିଧା ଲାଗୁଥିବାରୁ ଗାଡି ଉପରେ ନିର୍ଭରତା ବଢିଯାଏ । କୌଣସି ଦିନ ଯଦି ଗାଡି କୌଣସି କାରଣରୁ ଉପଲବ୍ଧ ନ ହୁଏ , ତେବେ ଦୁଃଖ ହୁଏ । ଖରାଦିନେ ଥଣ୍ଡା ପଵନ ନିମନ୍ତେ ପଙ୍ଖା ବା A .C ଆବଶ୍ୟକ ଅଭ୍ୟାସ ହୋଇଯାଏ କିନ୍ତୁ ବିଜୁଳିଶକ୍ତିର ଅଭାବରେ ତାହା କାର୍ଯ୍ୟ କରେନାହିଁ । ଫଳରେ ଦୁଃଖ ଜାତ ହୁଏ ।
ମାନସିକ – ଅନ୍ୟକୁ ଦୁଃଖ ଦେବା ଓ ନିଜେ ଜୀବନର କଷ୍ଟଗୁଡିକରୁ ଦୂରେଇଯିବାକୁ ତାମସିକ ଦୁଃଖ କୁହାଯାଏ ଯଥା ମଦ୍ୟପାନ କରିବା ବା ମାଦକ ପଦାର୍ଥ ସେବନ କରିବା ।
ବୌଦ୍ଧିକ ସୁଖ ସାତ୍ତ୍ୱିକ , ମାନସିକ ସୁଖ ରାଜସିକ ଏବଂ ସ୍ଥୁଳ ଶରୀରର ସୁଖ ତାମସିକ ସୁଖ ଅଟେ ।