ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରୁ ଲାଭ ଉଠାଇଥିବାରୁ ସିର୍‍ସାର କୃଷକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ସିରସାରେ ଆମର କୃଷକ ଭାଇ ଓ ଭଉଣୀଙ୍କ…..

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରୁ ଲାଭ ପ୍ରଦର୍ଶନ ଥିବାରୁ ସିର୍‍ସା ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରୟାସ ମହିଳା ସଶକ୍ତିକରଣର ପ୍ରତୀକ ।

ସ୍ଥାନୀୟ ଚାଷୀମାନେ ପିଏମଏମଏସୱାଇକୁ ଆପଣେଇଥିବା ନେଇ ସିରସା ସାଂସଦ ସୁଶ୍ରୀ ସୁନୀତା ଡୁଗଲଙ୍କ ଟୁଇଟ୍‍ର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ସିରସାରେ ଆମର କୃଷକ ଭାଇ ଓ ଭଉଣୀଙ୍କ ଏହି ପ୍ରୟାସ ଯାହା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଲାଭକୁ ସାମ୍ନାକୁ ଆଣିଛି, ଏହା ମହିଳା ସଶକ୍ତିକରଣର ପ୍ରତୀକ ବୋଲି ସେ କହିଛନ୍ତି ।”