ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଭାରତ ଆଗରେ ୨୭୦ ଟାର୍ଗେଟ୍
ଚେନ୍ନାଇର ଚେପକ ମଇଦାନରେ କଙ୍ଗାରୁ ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା….
ଚେନ୍ନାଇ: ଦିନିକିଆ ସିରିଜର ତୃତୀୟ ମୁକାବିଲାରେ ଅଷ୍ଟ୍ରେଲିଆ ଭାରତକୁ ୨୭୦ ରନ୍ ଟାର୍ଗେଟ୍ ଦେଇଛି । ଜବାବରେ ଭାରତ ପ୍ରଥମ ୱିକେଟ ଭାବେ ରୋହିତ ଶର୍ମାଙ୍କୁ ହରାଇ ୩୦ ରନ୍ କରିଛି । ଚେନ୍ନାଇର ଚେପକ ମଇଦାନରେ କଙ୍ଗାରୁ ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଅଷ୍ଟ୍ରେଲିଆ ୪୯ ଓଭରରେ ସବୁ ୱିକେଟ୍ ହରାଇ ୨୬୯ ରନ୍ କରିଛି ।
ଚେନ୍ନାଇର ଚେପକ ମଇଦାନରେ କଙ୍ଗାରୁ ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଅଷ୍ଟ୍ରେଲିଆ ୪୯ ଓଭରରେ ସବୁ ୱିକେଟ୍ ହରାଇ ୨୬୯ ରନ୍ କରିଛି । ଓପନର ମିଚେଲ ମାର୍ଶ ୪୭ ରନ କରିଛନ୍ତି । ଆଲେକ୍ସ କେରୀ ୩୮, ମାନର୍ସ ଲାବୁଶେନ ୨୮, ମାର୍କସ ଷ୍ଟୋଇନିସ ୨୫, ଟ୍ରେଭିସ୍ ହେଡ୍ ୩୩ ଓ ଡେଭିଡ୍ ୱାର୍ଣ୍ଣର ୨୩ ରନ୍ କରିଛନ୍ତି । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ତିନୋଟି ଲେଖାଏଁ ୱିକେଟ୍ ହାସଲ କରିଛନ୍ତି । ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ଦୁଇଟି ଲେଖାଏଁ ୱିକେଟ୍ ପାଇଛନ୍ତି ।
ଟ୍ରେଭିସ୍ ହେଡ୍ ଓ ମିଚେଲ ମାର୍ଶ ଯୋଡ଼ି ଦଳକୁ ମଜଭୁତ ସ୍ଥିତିକୁ ନେଇଥିଲା । ଦୁହେଁ ୬୫ଟି ବଲରୁ ୬୮ ରନ୍ ସଂଗ୍ରହ କରି ଦଳକୁ ଠିକ ବାଟରେ ନେଉଥିଲେ । ହେଡ୍ ୩୩ ରନ୍ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହେଲେ । ପାଣ୍ଡ୍ୟାଙ୍କ ବଲକୁ ଲମ୍ବା ସଟ୍ ମାରିବାକୁ ଚେଷ୍ଟା କରିଥିଲେ ହେଡ୍ । ମାତ୍ର ବଲଟିକୁ ଶୂନ୍ୟେ ଶୂନ୍ୟେ ଧରି ନେଇଥିଲେ କୁଲଦୀପ । ଅତିଥି ଦଳରେ କାମେରୁନ ଗ୍ରୀନଙ୍କ ସ୍ଥାନରେ ଖେଳୁଛନ୍ତି ୱାର୍ଣ୍ଣର । କିନ୍ତୁ ଟିମ୍ ଇଣ୍ଡିଆରେ କୌଣସି ପରିବର୍ତନ କରାଯାଇନି ।